ନିଲମ୍ବନ ନୁହେଁ, ବହିଷ୍କାର କରାଯାଇଥିଲେ ଖୁସି ହୋଇଥାନ୍ତି : ସୌଭିକ

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ବିଜେଡିରୁ ନିଲମ୍ବିତ ହେବା ପରେ ବିଧାୟକ ସୌଭିକ ବିଶ୍ବାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯେଉଁଦିନ ମୋ ବାପାଙ୍କୁ ବିଜେଡି ଦଳକୁ ବହିଷ୍କାର କରାଯାଇଥିଲା ମୁଁ ମଧ୍ୟ ସେହି ଦିନ ବିଜେଡି ଦଳରୁ ବହିଷ୍କାର ହୋଇଛି ବୋଲି ଭାବିଥିଲି । ମୁଁ ଭାବିଥିଲି ମୋତେ ଦଳରୁ ବହିଷ୍କାର କରିବେ । ମୋ ବାପା ନବୀନ ନିବାସରେ ସଂତୃପ ମିଶ୍ରଙ୍କୁ ରାଜ୍ୟସଭା ପାର୍ଥି ନ କରିବାକୁ ପ୍ରସ୍ତାବ ରଖିଥିଲେ । କାରଣ ମୂଳରୁ ଦଳ ଗଠନରେ ତାଙ୍କର ଅବଦାନ କିଛି ନାହିଁ, ଏହା ଦଳର ସ୍ବାର୍ଥରେ ଥିଲା।

ରାଜ୍ୟସଭା ନିର୍ବାଚନ ପୂର୍ବରୁ ମୋତେ ନବୀନ ନିବାସ ଡକାଯାଇଥିଲା । ମୋ ସାଙ୍ଗରେ୭ ଜଣ ବିଧାୟକ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେତେବେଳେ ନିର୍ମାଲ୍ୟ ଛୁଇଁ ବିଜେଡି ପାର୍ଥୀଙ୍କୁ ଭୋଟ ଦେବାକୁ କୁହାଯାଇଥିଲା। କିନ୍ତୁ ମୁଁ ନବୀନ ବାବୁଙ୍କୁ ହାତ ଯୋଡି ସତ କହିଥିଲି ମୁଁ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇପାରିବି ନାହିଁ । ମୋ ପିତାଙ୍କୁ ଅସମ୍ମାନ କରାଯାଇଛି, ପୁତ୍ର ହୋଇ ମୁଁ କେମିତି ତାଙ୍କ ବିରୋଧରେ ଯାଇପାରିବି ଜ୍ଝ ମୋ ବାପାଙ୍କୁ ଯେଉଁଭଳି ଅତ୍ୟାଚାର କରାଯାଇଛି ମୁଁ ସହି ପାରିବିନାହିଁ । ୨୦୦୪ରେ ପ୍ରଭାତ ବିଶ୍ୱାଳ ଟିକେଟ ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ କିନ୍ତୁ ଟିକେଟ ଦିଆଗଲାନାହିଁ।

ମୋ ବାପା ବାରମ୍ବାର ବିଧାୟକ ଭାବରେ ବିଜୟ ଲାଭ କରିଛନ୍ତି । ୩୬ ସଂଘରେ ୩୦ ବର୍ଷ ହେବ ସଭାପତି ଏବଂ ଉପଦେଷ୍ଟା ଭାବରେ କାଯ୍ୟ କରିଆସୁଛନ୍ତି। ଆମେ ଅର୍ଥ ଲୋଭୀ ନୁହେଁ । ଆମେ ନା ପୂର୍ବରୁ ଅର୍ଥ ପାଇଁ ଲଢ଼ିଛି ନା ପରେ ନା ଭବିଷ୍ୟତ ରେ କରିବୁ ଘୋଡା ବେପାର ଏବଂ ପ୍ରଭାତ ବିଶ୍ୱାଳ ଦୁଇଟି ଅଲଗା ଅଲଗା ରାସ୍ତା । ନବୀନ ବାବୁଙ୍କ ପ୍ରତି ମୋର ସମ୍ମାନ ଅଛି କିନ୍ତୁ ନବୀନ ବାବୁଙ୍କ ପାଖରେ ଥିବା କିଛି ଲୋକ ପ୍ରଭାତ ବିଶ୍ୱାଳ ବିରୋଧରେ କହିଆସିଛନ୍ତି ବୋଲି ସେ କହିଛନ୍ତି।

  • Related Posts

    ଶୋକ ପ୍ରସ୍ତାବ ପରେ କମ୍ପିଲା ଗୃହ

    ଭୁବନେଶ୍ୱର: ବୁଧବାର ଆରମ୍ଭ ହୋଇଛି ଶୀତ ଅଧିବେଶନ। ଡିସେମ୍ବର ୩୧ ପର୍ୟ୍ୟନ୍ତ ଏହା ଚାଲିବ। ଶୀତ ଅଧିବେଶନରେ ମୋଟ ୩୩ଟି କାର୍ୟ୍ୟଦିବସ ରହିଛି। ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଅର୍ଣ୍ଣବଜନିତ…

    Continue reading
    ବିରୋଧୀଙ୍କୁ ତଥ୍ୟ ସହ ଜବାବ ଦେବ ଶାସକ ଦଳ:ମୁକେଶ ମହାଲିଙ୍ଗ

    ଭୁବନେଶ୍ବର : ସରିଲା ବିଜେପି ବିଧାୟକ ଦଳ ବୈଠକ। ବିରୋଧୀ ଙ୍କୁ ସାମ୍ନା କରିବାକୁ ରଣ ନୀତି ପ୍ରସ୍ତୁତ କଲା ଶାସକ ବିଜେପି। ବିଧାନ ସଭା ବିରୋଧୀଙ୍କୁ ଚେକ୍ ଦେବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ କରାଗଲା ରଣନୀତି।…

    Continue reading

    One thought on “ନିଲମ୍ବନ ନୁହେଁ, ବହିଷ୍କାର କରାଯାଇଥିଲେ ଖୁସି ହୋଇଥାନ୍ତି : ସୌଭିକ”

    1. ସୌଭିକ ବିଶ୍ୱାଳଙ୍କ ପିତାଭକ୍ତି ଓ ସତ୍ୟନିଷ୍ଠାକୁ ସମ୍ମାନ ଜଣାଉଛି, କିନ୍ତୁ ଦଳୀୟ ଶିଷ୍ଟାଚାର ଓ ଏକତା ବଜାୟ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !