ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ

ଖଲ୍ଲିକୋଟ : ନୂଆବର୍ଷରେ ଅଘଟଣ। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ। ଏହି ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଣ୍ଡାପଲ୍ଲୀ ଓଡିଆର୍‌ପି କଲୋନିରେ ଘଟିଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ନୂତନ ବର୍ଷକୁ ସ୍ୱାଗତ କରିବା ସମୟରେ ଗଣ୍ଡାପଲ୍ଲୀ ଓଡିଆର୍‌ପି କଲୋନୀରେ ଭଡ଼ା ରହୁଥିବା କିଛି ଯୁବକଙ୍କ ସହ ବାହାରୁ ଆସିଥିବା ଅନ୍ୟ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଫାଙ୍କା ଗୁଳିଚାଳନା ସହ ଛୁରାମାଡ଼ ମଧ୍ୟ ହୋଇଥିଲେ । ଯେଉଁଥିରେ ୪ ଜଣ ଗୁରୁତର ହୋଇଥିଲେ । ପ୍ରଥମ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟପଟେ ଘଟଣା ସଂପର୍କରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ପ୍ରେମ ବ୍ୟାପାରକୁ ନେଇ ପୂର୍ବରୁ ବିବାଦ ହୋଇଥିଲା ବୋଲି ଜଣାପଡିଛି । ତେବେ ଗୁଳିକାଣ୍ଡ ଘଟାଇଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

  • Related Posts

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି…

    ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

    କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା