
ନୂଆଦିଲ୍ଲୀ : ହ୍ୱାଇଟ୍ ହାଉସ୍ ରାତ୍ରୀଭୋଜନରେ ଗୁଳିମାଡ଼ ଘଟଣା ପରେ ଯେତେବେଳେ ଟ୍ରମ୍ପଙ୍କୁ ପଚରାଯାଇଥିଲା ତାଙ୍କ ସହିତ ଏପରି ଘଟଣା ବାରମ୍ବାର କାହିଁକି ଘଟୁଛି ବୋଲି। ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଟ୍ରମ୍ପ କହିଥିଲେ ଯେ ଯେଉଁମାନଙ୍କର ପ୍ରଭାବ ଅଧିକ ଥାଏ ଏବଂ ଯେଉଁମାନଙ୍କର କାମକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ସେମାନଙ୍କୁ ପ୍ରାୟତଃ ଟାର୍ଗେଟ କରାଯାଏ। ଯେଉଁମାନେ ଅଳ୍ପ କାମ କରନ୍ତି ସେମାନଙ୍କୁ ସାଧାରଣତଃ କମ୍ ଧ୍ୟାନ ଦିଆଯାଏ। ସେ ଏହାକୁ ଗର୍ବର ବିଷୟ ବୋଲି ବିବେଚନା କରନ୍ତି ନାହିଁ। କିନ୍ତୁ ସେ ଏବଂ ତାଙ୍କ ଦଳ ବହୁତ କିଛି ହାସଲ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକାକୁ ପୂର୍ବରୁ ବିଶ୍ୱରେ ଭାବରେ ଦେଖାଯାଉଥିଲା। କିନ୍ତୁ ବର୍ତ୍ତମାନ ଆମେରିକାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଦେଶ ଭାବରେ ବିବେଚନା କରାଯାଉଛି।
ସେପଟେ ଡୋନାଲ୍ଡ ଟ୍ରମ୍ପ୍ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ହୋଟେଲରେ ଏକ କାର୍ୟ୍ୟକ୍ରମ ଚାଲିଥିବା ସମୟରେ ଅଭିଯୁକ୍ତ ଆକ୍ରମଣକାରୀ ହୋଟେଲ ବାହାରେ ଥିବା ଏକ ସିକ୍ରେଟ୍ ସର୍ଭିସ୍ ଚେକ୍ପଏଣ୍ଟ ଦେଇ ଦ୍ରୁତ ଗତିରେ ଦୌଡୁଛି। ଟ୍ରମ୍ପ୍ ସେୟାର କରିଥିବା ଭିଡିଓରେ ଦର୍ଶାଯାଇଛି ଯେ ସୁରକ୍ଷା କର୍ଡନ୍ ଥିବା ସତ୍ତ୍ୱେ ଆକ୍ରମଣକାରୀ ପ୍ରବେଶ କରି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଭିଡିଓଟି ସୁରକ୍ଷା ବ୍ୟବସ୍ଥା ଏବଂ ସମଗ୍ର ଘଟଣା ଉପରେ ପ୍ରଶ୍ନ ଉଠାଇଛି। ତଦନ୍ତ ଏଜେନ୍ସି ଗୁଡ଼ିକ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି।



