ବ୍ୟାଙ୍କକୁ କଙ୍କାଳ ନେବା ଘଟଣା ; ଆରଡିସି ତଦନ୍ତ ଆରମ୍ଭ

କେନ୍ଦୁଝର : ଟଙ୍କା ପାଇଁ ବ୍ୟାଙ୍କକୁ ବଡ ଭଉଣୀର କଙ୍କାଳ ନେବା ଘଟଣାରେ ଗୁରୁବାର ଆରଡିସି ତଦନ୍ତ ଆରମ୍ଭ କରିଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶି ବ୍ୟାଙ୍କରୁ ଟଙ୍କା ପାଇବା ପାଇଁ ମଶାଣିରୁ ଭଉଣୀର କଙ୍କାଳ ନେବା ଘଟଣାରେ ଘଟଣାସ୍ଥଳରେ ତଦନ୍ତ ପାଇଁ ପହଞ୍ଚିଛନ୍ତି ଆରଡିସି ସଂଗ୍ରାମ କେଶରୀ ମହାପାତ୍ର, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ।
ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା(୫୦)ଙ୍କର ବଡ ଭଉଣୀ କାଲରା ମୁଣ୍ଡା (୫୬) ଙ୍କର ଗତ ଜାନୁଆରୀ ୨୬ ତାରିଖରେ ପେଟ ରୋଗ କାରଣରୁ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଜମା ଥିବା ବଳଦ ବିକ୍ରି ପାଖାପାଖି ୨୦ ହଜାର ଟଙ୍କା ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ଥିଲା। ଏହି ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କ କୁ ଦଉଡି ଦଉଡି ନିରାଶ ହୋଇଥିଲେ। ଶେଷରେ ବ୍ୟାଙ୍କ ପରିଚାଳକ ତାଙ୍କୁ ଭଉଣୀ କୁ ନେଇକି ଆସ ଟଙ୍କା ଦେବୀ କହିବାରୁ ଆଜି ଜିତୁ ମୁଣ୍ଡା ଭଉଣୀର ୩ ମାସର କଙ୍କାଳ ସାର ଶବକୁ କବରରୁ ବାହାର କରି ଏକ ବସ୍ତାରେ ପୁରାଇ ମଲ୍ଲୀପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କୁ ଆଣି ପିଣ୍ଡା ରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ।

ସୂଚନାନୁଯାୟୀ, ଏହି ଘଟଣା ବ୍ୟାଙ୍କିଙ୍ଗ୍ ସଚେତନତାର ଅଭାବ ଯୋଗୁଁଁ ଘଟିଥିଲେ ହେଁ, ଭବିଷ୍ୟତରେ ଯେପରି କୌଣସି ନିରୀହ ବ୍ୟକ୍ତି ଏଭଳି ସ୍ଥିତିର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ଦୃଢ଼ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରାଯାଇଛି।ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ସରକାରୀ ଓ ବ୍ୟାଙ୍କିଙ୍ଗ୍ ସୁବିଧା ସହଜରେ ଯୋଗାଇଦେବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ସମ୍ବେଦନଶୀଳ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଘଟଣାରେ ପ୍ରଶାସନର କୌଣସି ସ୍ତରରେ ଅବହେଳା ଅଛି କି ନାହିଁ ତାହାର ବିସ୍ତୃତ ତଦନ୍ତ କରାଯାଉଛି ବୋଲି ପ୍ରକାଶ କରାଯାଇଛି। କୌଣସି ବି ଅସୁବିଧା ସମୟରେ ଲୋକେ ଭୟଭୀତ ନହୋଇ ସିଧାସଳଖ ଜିଲ୍ଲା ପ୍ରଶାସନ ବା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।ଜନସାଧାରଣଙ୍କ ଆସ୍ଥା ଭାଜନ ହେବା ଏବଂ ଶେଷ ଧାଡ଼ିର ମଣିଷ ପାଖରେ ସେବା ପହଞ୍ଚାଇବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

  • Related Posts

    ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖିବା ଆବଶ୍ୟକ : ଡ଼ିଜିପି କ୍ରାଇମ୍ ବ୍ରାଂଚ

    ଭୁବନେଶ୍ୱର, ୩୦/୦୪ : ନୂତନ ଜ୍ଞାନକୌଶଳକୁ ବିକଶିତ କରିବା ସମୟରେ ଏହା ଯେପରି କୌଣସି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଧବାର ଓଡ଼ିଶା ସିଆଇଡି-କ୍ରାଇମ୍ ବ୍ରାଂଚର ନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର କହିଛନ୍ତି। ଶିକ୍ଷା ଓ…

    Continue reading
    ମେ’୨ରେ ମାଟ୍ରିକ ରେଜଲ୍ଟ

    ଆସନ୍ତା ମେ’ ୨ରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋଡର଼୍ ଅଫ ସେକେଣ୍ଡାରୀ ଏଡ଼ୁକେସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଷ୍ଟେଟ ଓପନ ସ୍କୁଲ୍‌ ଓ ମଧ୍ୟମା ଫଳ ବି ସେହିଦିନ ପ୍ରକାଶ ପାଇବ । ମେ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା