୪ରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର : ସୁଭଦ୍ରା ଯୋଜନାରେ ବଞ୍ଚିତ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମେ ୪ରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏକ ଲକ୍ଷ ୨୩ ହଜାର ୮୪୯ ଜଣଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏ ନେଇ ଏକ୍ସରେ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବଞ୍ଚିତ ହିତାଧିକାରୀଙ୍କ ସହ ନୂଆ ଭାବେ ଯୋଡି ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ର ଟଙ୍କା ମିଳିବ।

ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିଥିଲା ଚତୁର୍ଥ କିସ୍ତି। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟଙ୍କୁ ଟଙ୍କା ଯାଇଥିଲା। ଏକକାଳୀନ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯାଇଥିଲା। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିଥିଲା।

ହେଲେ ଚତୁର୍ଥ କିସ୍ତି ବେଳେ ପୂର୍ବରୁ ପ୍ରଥମ ତିନୋଟି କିସ୍ତି ପାଇଥିବା ଅନେକ ହିତାଧିକାରୀଙ୍କୁ ଚତୁର୍ଥ କିସ୍ତିର ଟଙ୍କା ମିଳି ନ ଥିଲା। ଏହାକୁ ନେଇ ହିତାଧିକାରୀ ଚିନ୍ତାରେ ପଡ଼ିଥିଲେ। ହେଲେ ସେହି ହିତାଧିକାରୀଙ୍କ ସହ ନୂଆ ଭାବେ ଜଡ଼ିତ ହୋଇଥିବା ହିତାଧିକାରୀଙ୍କୁ ମେ ୪ରେ ସୁଭଦ୍ରା ଟଙ୍କା ମିଳିବ।ଏପ୍ରିଲ ୧ରୁ ସୁଭଦ୍ରା ନୂତନ ପଞ୍ଜିକରଣ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏପ୍ରିଲ ୩୦ରେ ଏହା ଶେଷ ହୋଇଥିଲା।

  • Related Posts

    ବେବନ୍ଦୋବସ୍ତ ଜମି ସମସ୍ୟାର ହେବ ସ୍ଥାୟୀ ସମାଧାନ, ଆସିବ ଏସଓପି: ରାଜସ୍ୱ ମନ୍ତ୍ରୀ

    ରାଜ୍ୟରେ ବେବନ୍ଦୋବସ୍ତ ଜମିକୁ ନେଇ ବର୍ଷବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ ଖୁବଶୀଘ୍ର ହେବ। ଜମିପଟ୍ଟାରେ ଥିବା ତ୍ରୁଟି ସଂଶୋଧନ ପାଇଁ ରାଜସ୍ୱ ନିରୀକ୍ଷକ(ଆରଆଇ)ମାନଙ୍କୁ ଟାର୍ଗେଟ୍ ଦିଆଯାଇଛି। ଭୂମିହୀନ ଓ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବା ସହ…

    Continue reading
    ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ସୁବର୍ଣ୍ଣପୁର : ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତାରେ ଏକ ବରଗଛ ଡାଳରେ ଯୁବକ ଯୁବତୀଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ତେବେ ଏହା ଆତ୍ମହତ୍ୟା ନା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ