ନୂଆଦିଲ୍ଲୀ: ଆମେରିକାର ଟ୍ରମ୍ପ ପ୍ରଶାସନ ନାଗରିକତା ଓ ପ୍ରବାସ ସେବା ପାଇଁ ନୂଆ ନିୟମ ଜାରି କରିଛି। ଯେଉଁମାନେ ଅସ୍ଥାୟୀ ଭାବରେ ଆମେରିକାରେ ରହୁଛନ୍ତି ସେମାନେ ଏବେ ନିଜ ଦେଶକୁ ଫେରିବା ପରେ ହିଁ ଗ୍ରୀନ୍ କାର୍ଡ (ସ୍ଥାୟୀ ବାସସ୍ଥାନ) ପାଇଁ ଆବେଦନ କରିପାରିବେ। ଗ୍ରୀନ୍ କାର୍ଡ ଚାହୁଁଥିବା ଅସ୍ଥାୟୀ ଭିସାରେ ଆମେରିକାରେ ରହୁଥିବା ବିଦେଶୀମାନଙ୍କୁ ସେମାନଙ୍କ ନିଜ ଦେଶକୁ ଫେରିବାକୁ ପଡିବ ଏବଂ ଷ୍ଟେଟ୍ ଡିପାର୍ଟମେଣ୍ଟ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଭଳି ନିୟମକୁ ପ୍ରବାସୀ ସହାୟତା ସଂଗଠନଗୁଡ଼ିକ ସମାଲୋଚନା କରିଛନ୍ତି, କହିଛନ୍ତି ଯେ ଏହା ମାନବ ଚାଲାଣର ଶିକାର, ନିର୍ଯ୍ୟାତିତ ପିଲା ଏବଂ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀଙ୍କୁ ସେମାନେ ପଳାୟନ କରିଥିବା ବିପଦପୂର୍ଣ୍ଣ ଦେଶଗୁଡ଼ିକୁ ଫେରାଇ ପଠାଇବ। ବିପଦଜନକ ବୋଲି ଅଭିଯୋଗ କରିଛନ୍ତି।
ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…


