ମହାରାଷ୍ଟ୍ର: ଦେଶରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ କକ୍ରୋଜ୍ ଜନତା ପାର୍ଟି ଓରଫ୍ ସିଜେପିକୁ ନେଇ ଆନ୍ନା ହଜାରେ ନିଜର ସ୍ପଷ୍ଟ ମତ ଦେଇ କହିଛନ୍ତି ଯେ, ଯୁବଗୋଷ୍ଠୀଙ୍କ ମତାମତକୁ ଦବାଇବାର ପ୍ରୟାସ କରିବା ବଦଳରେ ସରକାର ଯୁବଗୋଷ୍ଠୀଙ୍କ ଭାବନାକୁ ବୁଝିବା ଜରୁରୀ । ଯୁବଗୋଷ୍ଠୀ ଗୋଟିଏ ଦେଶର ସବୁଠାରୁ ମୂଲ୍ୟବାନ ସମ୍ବଳ, ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଯୁବବର୍ଗଙ୍କ ଭାବନାକୁ ସମ୍ମାନ ଦେବା ଅତି ଜରୁରୀ । ଭାରତର ଯୁବଗୋଷ୍ଠୀ ଅନ୍ୟାନ, ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଯେଉଁ ସ୍ୱର ଉତ୍ତୋଳନ କରିଛନ୍ତି ତାହା ଦେଶର ବାସ୍ତବିକତା । ଦୁର୍ନୀତି ବିରୋଧରେ ଲୋକପାଳ ଆଇନ୍ ଅଣାଯାଇଛି କିନ୍ତୁ ଏହାର ସଠିକ୍ ସୁଫଳ ଲୋକଙ୍କୁ ମିଳିଲା ନାହିଁ । ଦିନକୁ ଦିନ ଦୁର୍ନୀତି ବଢ଼ୁଥିବା ବେଳେ ଆବଶ୍ୟକ ପଡିଲେ ସେ ପୁଣିଥରେ ଦୁର୍ନୀତି ବିରୋଧି ଆନ୍ଦୋଳନ ଆରମ୍ଭ କରିବେ ବୋଲି କହଛନ୍ତି ଆନ୍ନା ହଜାରେ ।
ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ
ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…


