ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ

କଟକ: କଟକରୁ ଗିରଫ ହୋଇଥିବା ଆଲ୍ କାଏଦା ଆତଙ୍କୀ ସଂଗଠନର ସନ୍ଦିଗ୍ଧ ସହଯୋଗୀ ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ। ପ୍ରମାଣ ଅଭାବରୁ ତାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଜିଲ୍ଲା ଦୌରାଜଜ୍।
୨୦୧୫ ଡିସେମ୍ବର ୧୬ ତାରିଖରେ ଜଗତପୁର ପଶ୍ଚିମକଚ୍ଛ ଅଞ୍ଚଳରୁ ଅବଦୁର ରେହମାନକୁ ଗିରଫ କରାଯାଇଥିଲା। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଓଡ଼ିଶା ପୋଲିସ ମିଳିତ ଭାବେ ଚଢ଼ାଉ କରି ତାକୁ ଓଡ଼ିଶା ମାଟିରୁ ଟେକି ନେଇଥିଲେ।

ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ସହଯୋଗୀ ସଂଗଠନ AQIS ସହ ତାର ସିଧାସଳଖ ସମ୍ପୃକ୍ତି ଥିବା ନେଇ ସେତେବେଳେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଦୀର୍ଘ ବର୍ଷର ଶୁଣାଣି ପରେ ଆଜି ମାମଲାର ଅନ୍ତ ଘଟିଛି। କୋର୍ଟରେ ପ୍ରମାଣ ଦାଖଲ କରିବାରେ ପ୍ରଶାସନ ବିଫଳ ହେବାରୁ ତାକୁ ମୁକ୍ତ କରାଯାଇଛି।

  • Related Posts

    ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ପୁରୀ: ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀର ଦ୍ବିତୀୟ ଦିନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ବ୍ରିକ୍ସ ‘ଡିଜାଷ୍ଟର୍ ରିଡକ୍ସନ୍ ୱାର୍କିଂ ଗ୍ରୁପ’ର ଦ୍ବିତୀୟ ବୈଷୟିକ ସମ୍ମିଳନୀରେ…

    Continue reading
    ଗଞ୍ଜାମ ଜିଲ୍ଲାକୁ ମିଳିଲା ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର

    ବ୍ରହ୍ମପୁର: ପୁଣି ଥରେ ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାକୁ ମିଳିଛି ତିନିଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର । ଜିଲ୍ଲାର ଦୁଇଟି ପଞ୍ଚାୟତ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ନାନାଜୀ ଦେଶମୁଖ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ