ଦେବଗଡ଼ ଏସଆଇଆର ତାଲିମ ଶିବିର ଅନୁଷ୍ଠିତ

ଦେବଗଡ଼:ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଥସ୍ତରୀୟ ଅଧିକାରୀ,ବିଏଲଓଓ ସୁପରଭାଇଜର ମାନଙ୍କୁ ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ(ଏସଆଇଆର) ସଂପର୍କରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ ଶିବିର ଗତକାଲି ଠାରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବୁଥସ୍ତରୀୟ ଅଧିକାରୀ, ବିଏଲଓ ଓ ସୁପରଭାଇଜର ମାନଙ୍କୁ ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ(ଏସଆଇଆର) ପ୍ରତ୍ୟେକ ଯୋଗ୍ୟ ନିର୍ବାଚକ ଙ୍କ ନାମକୁ ଭୋଟର ତାଲିକା ରେ ଯୋଗ କରିବା ଏବଂ ଅଯୋଗ୍ୟ ନାମକୁ ଭୋଟର ତାଲିକାରୁ ବାଦ୍ ଦିଆଯିବ ସେ ସଂପର୍କରେ ତାଲିମ ଦିଆଯିବ। ଜିଲ୍ଲାର ତିନି ବ୍ଲକ୍ ସମେତ ପୌରାଚଂଳର ବିଦ୍ୟାଳୟରେ ପ୍ରଶିକ୍ଷଣ ଦିଆଯାଉଛି।ଏହି ତାଲିମ ଶିବିରରେ ବାରକୋଟ ବ୍ଲକରେ ବିଡିଓ ସୂର୍ଯ୍ୟକାନ୍ତ ବରିହା,ବାରକୋଟ ତହସିଲଦାର ରବୀନ୍ଦ୍ର ସାମଲ,ତିଲେଇବଣି ବ୍ଲକରେ ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, ଦେବଗଡ ତହସିଲଦାର କର୍ଣ୍ଣ ମଲିକ ଓ ରିଆମାଳ ବ୍ଲକରେ ବିଡିଓ ଆଦିତ୍ୟ ପଣ୍ଡା,ରିଆମାଳ ତହସିଲଦାର ବିଜୟ ଲକ୍ଷ୍ମୀ ନାୟକ, ଦେବଗଡ ପୌରାଚଂଳରେ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥି,ସହକାରୀ ଜିଲ୍ଲାପାଳ ସୁଶ୍ରୀ ରେଖା ମହନ୍ତ ପ୍ରଶିକ୍ଷଣ ଦେଉଛନ୍ତି। ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରି ପରିକ୍ଷିତ ସାହୁ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଡେପୁଟୀ କଲେକ୍ଟର (ନିର୍ବାଚନ) ଏଜଲିନ ବାରା ବ୍ଲକ୍ ଓ ପୌରାଞ୍ଚଳର ତାଲିମ କେନ୍ଦ୍ରକୁ ପରିଦର୍ଶନ କରି ବିଏଲଓ, ସୁପରଭାଇଜର ମାନଙ୍କୁ ଉତ୍ସାହିତ କରିଥିଲେ।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ