ଦେବଗଡ଼:ଗତ ସୋମବାର ଦିନ ତିଲେଇବଣି ବ୍ଲକର ଢୋଲପଡା,ଦୁଧିଆନାଳୀ,ତାଳକୁଣ୍ଡି ପଂଚାୟତ ଏବଂ ବାରକୋଟ ବ୍ଲକର କଣ୍ଟାପାଲି, ଦନ୍ତାରିବାହାଳ,ରମ୍ଭେଇ ପଂଚାୟତରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପବନରେ ବିଦ୍ୟୁତ ଖୁଣ୍ଟ ସମେତ ବହୁ ଘରର ଆଜବେଷ୍ଟସ, ଛପର ଉଡ଼ିଯିବାସହ ବହୁ ପରିବାର ବାସହରା ହୋଇପଡ଼ିଥିଲେ। ଜିଲ୍ଲା ପ୍ରଶାସନ ଓ ରାଜସ୍ୱ ବିଭାଗ ପକ୍ଷରୁ ସେମାନଙ୍କର କ୍ଷତିପୂରଣ ଆକଳନ କରିବା ସହ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲା କୃଷକ ସଂଘ ପକ୍ଷରୁ ଦାବି କରାଯାଇଛି। ତେବେ ଏନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନବେଳେ ଜିଲ୍ଲା କୃଷକ ସଂଘର ସଭାପତି ପ୍ରମୋଦ ଝାଙ୍କର,ଉପସଭାପତି ବିଜୟ ପ୍ରଧାନ,ସମ୍ପାଦକ ସୁରେଶ ଚନ୍ଦ୍ର ଦେହୁରୀ,କମଳ ଲୋଚନ ବେହେରା ଓ ମଦନ ମୋହନ ବେହେରା ଉପସ୍ଥିତ ଥିଲେ।ଏହାସହିତ ତିଲେଇବଣି ବ୍ଲକର ସୁଗୁଡା ତଥା ଆଖପାଖ ଅଂଚଳରେ ହାତୀ ଉପଦ୍ରବ ଜାରି ରହିଥିବାବେଳେ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି।
ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍
ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…




