ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଘରୋଇ ଏଲପିଜି ସିଲିଣ୍ଡର ଦର ପୁଣି ୨୯ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ମୂଲ୍ୟ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ଶନିବାର ମଧ୍ୟରାତ୍ରରୁ ଦେଶବ୍ୟାପୀ ତତ୍କାଳ ଲାଗୁ କରାଯାଇଛି। ଗତ ୩ ମାସ ମଧ୍ୟରେ ଏହା ଘରୋଇ ଏଲପିଜି ଉପରେ ସର୍ବାଧିକ ଦ୍ବିତୀୟ ଥର ଦରବୃଦ୍ଧି ବୋଲି ସୂଚନା ମିଳିଛି। ଫଳରେ ଦିଲ୍ଲୀରେ ଗ୍ୟାସ୍‌ ସିଲିଣ୍ଡର ଦର ୯୧୩ ଟଙ୍କାରୁ ୯୪୨ ଟଙ୍କାକୁ ବୃଦ୍ଧି ପାଇଛି। ଏହି ମୂଲ୍ୟବୃଦ୍ଧି ଉଭୟ ରିଆତିଯୁକ୍ତ ଓ ରିଆତିବିହୀନ ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କ ଉପରେ ଲାଗୁ ହେବ। ତେବେ ସ୍ଥାନୀୟ ଟିକସ ଓ ପରିବହନ ଖର୍ଚ୍ଚ ଆଧାରରେ ଏହି ନୂତନ ଦର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିବ। ପଶ୍ଚିମ ଏସିଆରେ ଯୁଦ୍ଧ ସଙ୍କଟ ଓ ହର୍ମୁଜ୍‌ ପ୍ରଣାଳୀ ବନ୍ଦ ହେବା ଯୋଗୁଁ ଏଲପିଜି ଓ ଏଲଏନ୍‌ଜି ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଫଳରେ ତୈଳ କମ୍ପାନୀ ଗୁଡିକ ଗ୍ୟାସ୍‌ ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ନିକଟରେ ବ୍ୟାବସାୟିକ ଗ୍ୟାସ୍‌ ସିଲିଣ୍ଡର ଦର ମଧ୍ୟ ବୃଦ୍ଧି କରାଯାଇଥିଲା। ଗତ ମାର୍ଚ୍ଚ ୭ ତାରିଖରେ କେନ୍ଦ୍ର ସରକାର ଘରୋଇ ଏଲପିଜି ସିଲିଣ୍ଡର ଉପରେ ୬୦ ଟଙ୍କା ବୃଦ୍ଧି କରାଯାଇଥିଲା। ତୈଳ କମ୍ପାନୀଙ୍କ ସୂଚନାନୁଯାୟୀ, ସଂପ୍ରତି ପ୍ରତି ଗ୍ୟାସ୍‌ ସିଲିଣ୍ଡର ଉପରେ କମ୍ପାନୀ ପାଖାପାଖି ୭୦୩ ଟଙ୍କା କ୍ଷତି ସହୁଛନ୍ତି। ତେବେ ଆଜିର ଦର ବୃଦ୍ଧି ଖାଉଟିଙ୍କ ଉପରେ ଆର୍ଥିକ ଚାପ ପକାଇବାକୁ ଥିବାବେଳେ ତୈଳ କମ୍ପାନୀଙ୍କ ଆର୍ଥିକ ବୋଝକୁ କିଛି ପରିମାଣରେ ହ୍ରାସ କରିବ ବୋଲି ସୂଚନା ଦିଆଯାଇଛି। ନିକଟରେ ପେଟ୍ରୋଲ ଓ ଡିଜେଲ ଉପରେ ପଡୁଥିବା ଆର୍ଥିକ କ୍ଷତିକୁ କମ୍‌ କରିବା ଲାଗି କେନ୍ଦ୍ର ସରକାର ଉଭୟ ଇନ୍ଧନ ଉପରେ କେନ୍ଦ୍ରୀୟ ଟିକସ ହ୍ରାସ କରିଥିଲେ। ଏହାସତ୍ତ୍ବେ ତୈଳ ଦରକୁ ମେ ମାସ ମଧ୍ୟଭାଗରୁ ହାରାହାରି ୭.୫୦ ପଇସା ବୃଦ୍ଧି କରାଯାଇଥିବାବେଳେ ସିଏନ୍‌ଜି କିଲୋଗ୍ରାମ ପ୍ରତି ୬ ଟଙ୍କା ବଢାଯାଇଥିଲା। ଏସବୁ ସତ୍ତ୍ବେ ତୈଳ ବିପଣନ କମ୍ପାନୀ ଗୁଡିକ ପାଖkପାଖି ପେଟ୍ରୋଲ ଲିଟର ପ୍ରତି ୧୧ ଟଙ୍କା ଓ ଡିଜେଲ ପ୍ରତି ୩୩ ଟଙ୍କା ୬ ପଇସା କ୍ଷତି ସହୁଛନ୍ତି। ଏହି କ୍ଷତିକୁ ସରକାର ଭରଣା କରୁଛନ୍ତି। ଏଥିପାଇଁ ଜନତାଙ୍କ ଉପରେ ଦରବୃଦ୍ଧିର ଚାପ ପଡୁଛି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ