ଜିଲ୍ଲା ପୁଲିସ ପକ୍ଷରୁ ‘ସନ୍‌ଡେ ଅନ୍ ସାଇକେଲ୍’ ଅଭିଯାନ

ଦେବଗଡ଼: ଦେବଗଡ଼ ଜିଲ୍ଲା ପକ୍ଷରୁ ‘ସନଡେ ଅନ୍‌ ସାଇକେଲ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ଏକ ସାଇକେଲ ଯାତ୍ରା ବାହାରି ସହରର ବିଭିନ୍ନ ସାହି ଓ ଛକ ଅତିକ୍ରମ କରିବା ପରେ ଦେବଗଡ଼ ଆଦର୍ଶ ଥାନାରେ ପହଞ୍ଚିଥିଲା। ସାଇକେଲ ଯାତ୍ରାରେ ଏସ୍‌ପି କିଶୋର ଚନ୍ଦ୍ର ମୁଣ୍ଡ, ଏସ୍‌ଡିପିଓ ରମେଶ ମାହାନା, ଡିଏସ୍‌ପି (ଏଚ୍ଆର୍‌ପିସି) ଅମୂଲ୍ୟ ପୁନମ ଲାକ୍ରା, ଡିଏସ୍‌ପି (ଡିଆଇବି) ପବିତ୍ର କିସାନ, ରିଜର୍ଭ ଇନ୍ସପେକ୍ଟର ହମ୍ବିରା ସୋରେନଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ସୁସ୍ଥ ଜୀବନଶୈଳୀ, ଶାରୀରିକ ସୁସ୍ଥତା ଓ ସାମାଜିକ ଏକତାର ବାର୍ତ୍ତା ଜନସାଧାରଣଙ୍କ ନିକଟର ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ପୁଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ସେହିପରି ରିଆମାଳ, ବାରକୋଟ, ଲଇମୁରା, କୁଣ୍ଢେଇଗୋଳା ଥାନା ସମେତ ଖଇରପାଲି, କଂସର ଏବଂ ତିଲେଇବଣି ଫାଣ୍ଡିରେ ମଧ୍ୟ ‘ସନଡେ ଅନ ସାଇକେଲ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ