ସ୍ୱାମୀ ବୟସରେ ବଡ଼ ହେବା କେତେ ଜରୁରି ଓ କାହିଁକି ? ଜାଣନ୍ତୁ

ଆବହମାନ କାଳରୁ ରହିଆସିଛି ପତୀ-ପତ୍ନୀଙ୍କ ମଧ୍ୟରେ ପତି ବୟସରେ ବଡ଼ ହେବା ଜରୁରି । କିନ୍ତୁ ଆଜିକାଲି ଧୀରେ ଧୀରେ ଏହି ବ୍ୟବଧାନ କ୍ରମଶଃ କମିବାରେ ଲାଗିଛି । ଏପରିକି ଝିଅ ନିଜଠାରୁ କମ୍‌ ବୟସର ସ୍ୱାମୀ ବରଣ କରୁଛନ୍ତି । କେବଳ ବରଣ କରୁନାହାନ୍ତି, ସୁଖର ସଂସାର ମଧ୍ୟ କରୁଛନ୍ତି । ତେବେ ପତି ବଡ଼ ହେବା କେତେ ଜରୁରି ଓ କାହିଁକି? ଚାଲନ୍ତୁ ଜାଣିବା କ’ଣ କହୁଛନ୍ତି ଡାକ୍ତର ଓ ଜ୍ୟୋର୍ତିବିତ୍‌ ?

ଆଜିର ଦୁନିଆରେ ବହୁ ଲୋକ ବୟସକୁ କେବଳ ଗୋଟିଏ ନମ୍ବର ବୋଲି ଧରି ନେଇଛନ୍ତି । ଅଧିକାଂଶ ଲୋକ ମାନିଥାନ୍ତି ଯେ ପତି ଓ ପତ୍ନୀଙ୍କଠାରୁ ବଡ଼ ହୋଇଥିବା ଆବଶ୍ୟକ । ଏହା କେତେଦୂର ଠିକ୍‌ ଓ ଗ୍ରହଣୀୟ ହୋଇପାରିଛି । କିଛିଦିନ ତଳେ ହୋଇଥିବା ଏକ ଗବେଷଣାରୁ କିଛି ତଥ୍ୟ ମିଳିଛି । ଯେପରିକି

ଅନ୍ତର କେତେ ରହିବା ଉଚିତ୍‌
ଗବେଷଣା ଅନୁସାରେ ପତି ଓ ପତ୍ନୀଙ୍କ ମଧ୍ୟରେ ବୟସ ଅନ୍ତର ୪/୫ ବର୍ଷ ରହିବା ଉଚିତ୍‌ । ସେଥିରେ ପୁଣି ପତ୍ନୀ ସାନ ହୋଇଥିବା ଆବଶ୍ୟକ । ରିସର୍ଚ୍ଚରୁ ଜଣାପଡିଛି ଯେ ଯଦି ପତି ଓ ପତ୍ନୀଙ୍କ ବୟସ ଅନ୍ତର ୮ରୁ ଅଧିକ ହୁଏ, ତେବେ ସେମାନଙ୍କ ମଧ୍ୟରେ ଝଗଡା ଆବଶ୍ୟକଠାରୁ ଅଧିକ ହୋଇଥାଏ । ଫଳରେ ବିବାହ ବିଚ୍ଛେଦର ଆଶଙ୍କା ଅଧିକ ରହିଥାଏ । ସେହିପରି ଯେଉଁମାନଙ୍କ ମଧ୍ୟରେ ୧୦ ବର୍ଷରୁ ଅଧିକ ବୟସ ଅନ୍ତର ରହିଛି, ସେମାନଙ୍କ ମଧ୍ୟରେ ବହୁ ସମସ୍ୟା ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରେ କେବଳ ସାମଞ୍ଜସ୍ୟ ବଜାୟ ରଖିବାରେ ସମସ୍ୟା ଉପୁଜି ନଥାଏ । ପିଲାମାନଙ୍କ ସହ ସମ୍ପର୍କ ମଜଭୁତ କରିବାରେ ମଧ୍ୟ ବାଧା ଉପୁଜିଥାଏ ।

୪/୫ ବର୍ଷକୁ ଆଦର୍ଶ
ଗବେଷଣାରେ କିଛି କାରଣ ମଧ୍ୟ ଦର୍ଶାଇଯାଇଛି । ଝିଅଙ୍କୁ ପୁଅଙ୍କଠାରୁ ୪/୫ ବର୍ଷ ସାନ ହେଲେ ହିଁ ବୈବାହିକ ଜୀବନ ଭଲରେ ବିତିଥାଏ ବୋଲି କୁହାଯାଇଛି ।

ବାୟୋଲୋଜିକାଲ କାରଣ
ବିଜ୍ଞାନ ଅନୁସାରେ ଝିଅମାନେ ୧୦ରୁ ୧୪ ବର୍ଷ ମଧ୍ୟରେ ପ୍ରାପ୍ତ ବୟସ୍କ ହେଉଥିବା ବେଳେ ପୁଅମାନେ ୧୨ରୁ ୧୬ ବର୍ଷ ବୟସ ପ୍ରାପ୍ତ ବୟସ୍କ ହୋଇଥାନ୍ତି । ଝିଅମାନଙ୍କର ହର୍‌ମୋନାଲ୍‌ ପରିବର୍ତ୍ତନ ସେମାନଙ୍କୁ ଶୀଘ୍ର ପରିପକ୍ୱ କରି ଦେଇଥାଏ ।

ଚେହେରାରେ ପରିବର୍ତ୍ତନ
ଝିଅମାନଙ୍କର ହର୍‌ମୋନାଲ୍‌ ପରିବର୍ତ୍ତନ ଯୋଗୁ ସେମାନେ ଶୀଘ୍ର ବୟସ୍କ ଦେଖାଯାଇଥାନ୍ତି । କିନ୍ତୁ ପୁଅମାନଙ୍କଠାରେ ବୟସର ଛାପ ସେତେଟା ଦେଖାଯାଇ ନଥାଏ ।

ଅନ୍ତର ନଥିଲେ, ଆସେ ସମସ୍ୟା
ସବୁଠାରୁ ବଡ଼ ଜିନିଷ ହେଲା ଏହି ସମସ୍ୟାଗୁଡିକ ମଧ୍ୟରୁ କେତେକ କାରଣ ବୟସ ଅନ୍ତର ଯୋଗୁ ହୋଇଥାଏ । ଯେପରିକି ସ୍ୱାସ୍ଥ୍ୟ ସମସ୍ୟା, ପ୍ରାପ୍ତ ବୟସ ସହ ଜଡିତ ସମସ୍ୟା, ସନ୍ତାନ ପ୍ରସବରେ ସମସ୍ୟା, ପତି-ପତ୍ନିଙ୍କ ମାନସିକତାରେ ଅନ୍ତର ଆସିଥାଏ । ଯେଉଁ ପତି- ପତ୍ନୀଙ୍କ ଭିତରେ ବୟସର ତାରତମ୍ୟ ଅଧିକ ରହିଛି, ମନସ୍ତତ୍ତ୍ୱବିତ୍‌ଙ୍କ ଅନୁସାରେ ସେମାନଙ୍କ ଭିତରେ ସ୍ୱଳ୍ପ ଜୀବନକୁ ନେଇ ଭୟ ରହିଥାଏ । ଏଭଳି ଯୋଡ଼ି କଥାବାର୍ତ୍ତା ଦ୍ୱାରା ନିଜ ଭିତରେ ଥିବା ସମସ୍ୟାକୁ ଦୂର କରି ଦେବା ଉଚିତ୍‌ । ମନସ୍ତତ୍ତ୍ୱ ସାଧାରଣ ବିଚାରଧାରାକୁ ଦେଖିଥାଏ, କିନ୍ତୁ ପରସ୍ପର ଭିତରେ ଥିବା ପ୍ରେମ ଓ ବୁଝାମଣାକୁ କେବଳ ପତି-ପତ୍ନୀ ବୁଝିବା ସହ ଆଗେଇ ନେଇପାରିବେ ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ