ସଂପର୍କ ସୁଦୃଢ ପାଇଁ ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ

ପତିପତ୍ନୀ ନିଜ ଖାଦ୍ୟ ଖାଇବା ପୂର୍ବରୁ ସେଥିରୁ କିଛି କାଢି ଚଢେଇଙ୍କୁ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ପରସ୍ପର ମଧ୍ୟରେ ଭଲ ପାଇବା ବୃଦ୍ଧି ହୋଇଥାଏ।
ଗୃହର ଅଗଣାରେ ତୁଳସୀ ଲଗାଇ ପତିପତ୍ନୀ ଶ୍ରଦ୍ଧା ପୂର୍ବକ ନିୟମିତ ବୃନ୍ଦାବତୀଙ୍କୁ ପୂଜା କରନ୍ତୁ।
ଘର ପାଇଁ ଅଟା କେବଳ ସୋମବାର ପେଷିବାକୁ ଦିଅନ୍ତୁ। ପେଷିବା ପରେ ଏଥିରେ କିଛି ଚଣା ମିଶାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ରହିଥାଏ।
ପତିପତ୍ନୀ ସର୍ବଦା ଏକତ୍ରିତ ହୋଇ ପୂଜା କରନ୍ତୁ। ନିଜ ଶୋଇବା କକ୍ଷରେ ଶାମୁକା ରଖନ୍ତୁ।
ଶୁକ୍ରବାର ପତିପତ୍ନୀ ପରସ୍ପରଙ୍କୁ ପରଫ୍ୟୁମ ଉପହାର ଦିଅନ୍ତୁ।
ନିଜ ଶୋଇବା କକ୍ଷରେ ଖଟ ତଳେ କୌଣସି ଦ୍ରବ୍ୟ ରଖନ୍ତୁ ନାହିଁ।
ବଂଶୀ ବଜାଉଥିବା ପ୍ରଭୁ ଶ୍ରୀକୃଷ୍ଣ ଓ ରାଧାଙ୍କ ଯୁଗଳ ମୂର୍ତ୍ତି କିମ୍ବା ଫଟୋ ଗୃହର ଦକ୍ଷିଣ-ପଶ୍ଚିମ କୋଣରେ ଲଗାନ୍ତୁ। ପ୍ରଭୁ ଶ୍ରୀକୃଷ୍ଣଙ୍କ ମୁକୁଟ ଓ ମୟୂର ପୁଚ୍ଛ ମଧ୍ୟ ରଖନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସର୍ବଦା ହସଖୁସି ରହିବା ସହ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ।
ଯଦି ନାରୀଟିଏ ନିଜ ହାତରେ ସବୁଜ ରଙ୍ଗର ଛୁଡ଼ି ପିନ୍ଧେ , ତେବେ ଦାମ୍ପତ୍ୟ ଜୀବନରେ ଭଲ ପାଇବା ବୃଦ୍ଧି ହୋଇଥାଏ। ନିଜ ଶୋଇବା ଘରର କାନ୍ଥ ଗୋଲାପି କିମ୍ବା ଫିକା ହଳଦିଆ ରଙ୍ଗର ହେଲେ ବହୁତ ଭଲ ହୋଇଥାଏ।
ସଂପର୍କ ସୁଦୃଢ ପାଇଁ ପତ୍ନୀ, ପତିର ସର୍ବଦା ବାମ ପଟେ ଶୋଇବା ଉଚିତ। ଶୋଇବା ଘରେ ଠାକୁରଙ୍କ ଫଟୋ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଅଶାନ୍ତି ଲାଗି ରହିଥାଏ।
ଜଳ ସମ୍ବନ୍ଧୀୟ ବସ୍ତୁ, ତେଲ ଟିଣ, ଭଙ୍ଗା ଆଇନା, ଝାଡ଼ୁ, ରୋଷେଇ ସାମଗ୍ରୀ ଯଥା କଡ଼େଇ, ତାଟିଆ ଆଦି ଶୟନ କକ୍ଷରେ ରଖନ୍ତୁ ନାହିଁ।
ମହିଳା ମାନେ ଦାନ କରିବା ସମୟରେ ସେହି ଦାନ ସାମଗ୍ରୀରେ ଲାଲ ସିନ୍ଦୂର, ଅତର, ଚଣା ଡ଼ାଲି, କେଶର ରଖନ୍ତୁ। ନିୟମିତ ନିଜ ଠାରୁ ବୟସରଙ୍କ ବଡ଼ ନାରୀଙ୍କୁ ପ୍ରଣାମ କରିବା ଉଚିତ। ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

  • Related Posts

    ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା

    ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍‌ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…

    Continue reading
    ରିଲିଜ୍‌ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା

    ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍‌ ରିଲିଜ୍‌ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍‌ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍‌ ଦର୍ଶକମାନେ ଟିକେଟ୍‌ ବୁକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ