
ଦେବଗଡ଼:ବାରକୋଟ ବ୍ଲକ ନୂତନ ବିଇଓ ଭାବେ ଆଜି ହାଡ଼ିବନ୍ଧୁ ବେହେରା ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଇଓ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ବେହେରାଙ୍କୁ ବିଆରସିସି ତଥା ଏବିଇଓ କ୍ଷୀରୋଦ ବିହାରୀ ସାହୁ ଏବିଇଓ ବିଜୟ ସାହୁ,ସିଆରସିସି ନିରଞ୍ଜନ ସାହୁ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ବାଗତ ଜଣାଇଥିଲେ। ବାରକୋଟ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟରେ ବହୁ ବର୍ଷ ପରେ ସ୍ଥାୟୀ ବିଇଓ ନିଯୁକ୍ତି ହୋଇଥିବାରୁ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।


