ଟିଏମସିର ବିଦ୍ରୋହୀ କ୍ୟାମ୍ପରେ ୟୁସୁଫ, ରଚନା, ଶତ୍ରୁଘ୍ନ ସିହ୍ନା ଓ ସାୟୋନୀ

ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ସାଂସଦ ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବାସ୍ତବରେ ୨୦ ନୁହେଁ, ବରଂ ୧୯ ଜଣ ସାଂସଦ ଏଯାଏ ମମତା ବାନାର୍ଜୀଙ୍କ ଠାରୁ ଅଲଗା ହୋଇ ସ୍ୱତନ୍ତ୍ର ସାମ୍ମୁଖ୍ୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।ସେମାନେ ସମସ୍ତେ ଲୋକସଭା ସାଂସଦ କାକୋଳି ଘୋଷ ଦସ୍ତିଦାରଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି। କାକୋଳି ମଧ୍ୟ ସୋମବାର ଲୋକସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଟିଏମସିର ୧୯ ଜଣ ସାଂସଦ ସଂସଦରେ ଏନଡିଏକୁ ସମର୍ଥନ କରିବାକୁ ଇଚ୍ଛୁକ ଥିବା ଜଣାଇଛନ୍ତି। ଏହି ପ୍ରସ୍ତାବରେ ଦସ୍ତଖତ କରିଥିବା ସାଂସଦଙ୍କ ଟିଏମସିର ୟୁସୁଫ ପଠାନ, ରଚନା ବାନାର୍ଜୀ, ସାୟୋନୀ ଘୋଷ ଓ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ପ୍ରମୁଖ ତଥା ଚର୍ଚ୍ଚିତ ଚେହେରା ରହିଛନ୍ତି। ବିଦ୍ରୋହୀ କ୍ୟାମ୍ପକୁ ସମର୍ଥନ କରିଥିବା ସାଂସଦଙ୍କ ତାଲିକା ମଧ୍ୟ ସାମ୍ନାକୁ ଆସିଛି।

ତାଲିକାର ୧ ନମ୍ବର ସ୍ଥାନରେ ଆସନସୋଲ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ନାଁ ରହିଛି। ଦ୍ୱିତୀୟ କାକୋଳି ଘୋଷଙ୍କ ନାଁ ଅଛି। ସେ ବରସାତ ଆସନରୁ ଜିତିଥିଲେ। ଏହାପରେ କୋଚ ବେହାର ସାଂସଦ ଜଗଦୀଶ ଚନ୍ଦ୍ର ବାସୁନିଆ, ଜାଙ୍ଗିପୁର ସାଂସଦ ଖାଲି ଉର ରେହମନ, ବେହରମପୁର ସାଂସଦ ୟୁସୁଫ ପଠାନ, ମୁର୍ଶିଦାବାଦ ସାଂସଦ ଅବୁ ତାହିର ଖାନ, ବାରକପୁର ସାଂସଦ ପାର୍ଥ ଭୌମିକ, ମଥୁରାପୁର ସାଂସଦ ବାପି ହାଲଦାର, ଯାଦବପୁର ସାଂସଦ ସାୟୋନୀ ଘୋଷ, କୋଲକାତା ଦକ୍ଷିଣ ସାଂସଦ ମାଲା ରୟ, ଅମରାବାଗ ସାଂସଦ ମିତାଲି ବାଗ, ଘଟାଲ ସାଂସଦ ଦୀପକ ଅଧିକାରୀ, ଝଲଗ୍ରାମ ସାଂସଦ କାଳିପଦ ସୋରେନ, ମେଦିନପୁର ସାଂସଦ ଜୁନ ମାଲିଆ, ବାଙ୍କୁରା ସାଂସଦ ଅରୂପ ଚକ୍ରବର୍ତ୍ତୀ, ବର୍ଦ୍ଧମାନ ଇଷ୍ଟ ସାଂସଦ ଶର୍ମିଲା ସରକାର, ବୋଲପୁର ସାଂସଦ ଅସିତ କୁମାର ମଲ, ବୀରଭୂମି ସାଂସଦ ଶତାବ୍ଦୀ ରୟ ଓ ହୁଗଳୀ ସାଂସଦ ରଚନା ବାନାର୍ଜୀଙ୍କ ନାଁ ରହିଛି।

ବିଦ୍ରୋହୀ ଗୋଷ୍ଠୀ କାକୋଳି ଘୋଷଙ୍କୁ ଟିଏମସି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରିଛନ୍ତି। କିନ୍ତୁ ଏହାକୁ ମମତା ଗ୍ରହଣ କରି ନାହାନ୍ତି। କାକୋଳି ନୁହନ୍ତି, ବରଂ କଲ୍ୟାଣ ବାନାର୍ଜୀ ହିଁ ଟିଏମସିର ମୁଖ୍ୟ ସଚେତକ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଟିଏମସି ଅବଗତ କରାଯାଇଛି।

ଲୋକସଭାରେ ଟିଏମସିର ୨୮ ଜଣ ସାଂସଦ ରହିଛନ୍ତି। ଜଣ ପ୍ରକୃତରେ ୨୯ଟି ଲୋକସଭା ଆସନ ଜିତିଥିଲା। କିନ୍ତୁ ବଶିରହାଟ ସାଂସଦ ହାଜି ନୁରୁଲ ଇସଲାମଙ୍କ ଦେହାନ୍ତ ଯୋଗୁ ଗୋଟିଏ ଆସନ ଖାଲି ପଡ଼ିଛି।

ଦଳ ବଦଳ ନିରୋଧ ଆଇନକୁ ବାଇପାସ କରିବାକୁ ୧୯ ଜଣ ସାଂସଦଙ୍କୁ ଏକାଠି ହେବାକୁ ପଡ଼ିବ। ଏବେ ବିଦ୍ରୋହୀ ଗୋଷ୍ଠୀ ପାଖରେ ସମାନ ୧୯ ଜଣ ସାଂସଦ ରହିଛନ୍ତି। ଏହାର ଅର୍ଥ ମମତାଙ୍କ ସପକ୍ଷରେ କେବଳ ୯ ଜଣ ସାଂସଦ ଅଛନ୍ତି।

  • Related Posts

    ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ପ୍ରକାଶ ଚିକ୍ ବାରାଇକ

    କଲକାତା : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ଭୁଶୁଡିବାରେ ଲାଗିଛି। ଜଣକ ପରେ ଜଣେ ସାଂସଦ ଦେଉଛନ୍ତି ଇସ୍ତଫା। ଦଳର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକ ଆଜି ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ପ୍ରକାଶ ଚିକ୍ ବାରାଇକଙ୍କ ପୂର୍ବରୁ,…

    Continue reading
    ଆମ ବିଫଳତା କୁହନ୍ତୁ ଗ୍ରହଣ କରିବୁ, କିନ୍ତୁ ତାଙ୍କ ସଫଳତା ମଧ୍ୟ 15 ବର୍ଷର ଗୋଟି ଗୋଟି କରି କହିବାକୁ ପଡ଼ିବ: ମନମୋହନ

    ସରକାରଙ୍କୁ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘେରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, “ଯେଉଁମାନେ ବିଫଳତା ଦିବସ କଥା କହୁଛନ୍ତି ସେମାନଙ୍କୁ ପଚାରିବେ ଆମର କଣ କଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ