ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ

ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ। ୨୧ ଜଣ ସୁରକ୍ଷିତ ଉଦ୍ଧାର ହେଲେ ୩ ଜଣଙ୍କ ମିଳୁନି ପତ୍ତା। ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜୋରଦାର କରିଛି ବୈଦେଶିକ ମନ୍ତ୍ରାଳୟ। ଆକ୍ରମଣକୁ ଭାରତ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଓମାନ ସ୍ଥିତ ଭାରତୀୟ ଦୂତାବାସ ସ୍ଥିତି ଉପରେ ରଖିବା ସହ ଭାରତୀୟଙ୍କ ସନ୍ଧାନ ଲାଗି ରେସକ୍ୟୁ କାମରେ ସକ୍ରିୟ ଭାରେ କାମ ଜାରି ରଖିଛନ୍ତି।
ଅନ୍ୟପଟେ ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିବା ବେଳେ ଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରାଯାଇଛି। ହର୍ମୁଜ ପ୍ରଣାଳୀ ଦେଇ ପାର ହେଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲା ଜାହାଜ ଏମଭି ମାରିଭାକ। ହମଲା ପରେ ନିଆଁ ଲାଗିଯିବା ସହ ପ୍ରବଳ ଧୂଆଁ ନିର୍ଗତ ହେଉଥିଲା। ତୁରନ୍ତ ରେସକ୍ୟୁ ପାଇଁ ଭାରତୀୟ ନୌସେନାକୁ ଜାହାଜରୁ ଆଲର୍ଟ ଆସିଥିଲା।

ଏହା ପରେ ତୁରନ୍ତ ଆଲର୍ଟକୁ ଆସିଥିଲା ମୁମ୍ବାଇ ସ୍ଥିତ ଭାରତୀୟ ନୌସେନାର ମାରିଟାଇମ ରେସକ୍ୟୁ କୋଅର୍ଡିନେସସ ସେଣ୍ଟର MRCC। ଜାହାଜରେ ଫସି ରହିଥିବା ଲୋକମାନଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରିଥିଲେ। ହେଲେ ଏବେ ବି ୩ ଜଣ ଭାରତୀୟ ନିଖୋଜ ଅଛନ୍ତି।

  • Related Posts

    ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ପ୍ରକାଶ ଚିକ୍ ବାରାଇକ

    କଲକାତା : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ଭୁଶୁଡିବାରେ ଲାଗିଛି। ଜଣକ ପରେ ଜଣେ ସାଂସଦ ଦେଉଛନ୍ତି ଇସ୍ତଫା। ଦଳର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକ ଆଜି ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ପ୍ରକାଶ ଚିକ୍ ବାରାଇକଙ୍କ ପୂର୍ବରୁ,…

    Continue reading
    ଟିଏମସିର ବିଦ୍ରୋହୀ କ୍ୟାମ୍ପରେ ୟୁସୁଫ, ରଚନା, ଶତ୍ରୁଘ୍ନ ସିହ୍ନା ଓ ସାୟୋନୀ

    ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ସାଂସଦ ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବାସ୍ତବରେ ୨୦ ନୁହେଁ, ବରଂ ୧୯ ଜଣ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ