ବିଜେପି ସରକାରର ୨୪ ମାସରେ ୧୨ ବିଫଳତା ଗଣେଇଲେ ରଣେନ୍ଦ୍ର

୧- ଓଡ଼ିଶାର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଆନ୍ଦୋଳନରେ ବସିଛନ୍ତି । ତିନି ମାସ ହେଲା ସରକାର ତାଙ୍କୁ ଭତ୍ତା ଦେବାରେ ବିଫଳ ହୋଇଛନ୍ତି । ସବୁ ମଧୁବାବୁ ପେନସନ ଯୋଜନା ତଥା ଜାତୀୟ ସାମାଜିକ ସହାୟତା ଯୋଜନା ଅନୁସାରେ ସବୁ ହିତାଧିକାରୀଙ୍କୁ ୩,୫୦୦ ଟଙ୍କା ସହାୟତା ଦେବା ପାଇଁ ନିର୍ବାଚନ ସମୟରେ ବିଜେପି ସଂକଳ୍ପ ପତ୍ରରେ ପ୍ରତିଶୃତି ଦେଇଥିଲେ । ରାଜ୍ୟର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଠକି ଭୋଟ ନେଲେ । କ୍ଷମତାକୁ ଆସିଲା ପରେ ସଂପୂର୍ଣ୍ଣ U-Turn ନେଇଗଲେ । କେବଳ ୮୦ ବର୍ଷ ବୟସ୍କ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କୁ ୩,୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ନୂତନ ନିୟମ ଆଣିଲେ ।

୨- ରାଜ୍ୟର ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ କରିବେ ବୋଲି କହିଥିଲେ । ପ୍ରଥମ କ୍ଯାବିନେଟରେ ବି ତାହା କଲେ । କିନ୍ତୁ ଚଳିତ ଖରିଫ ଋତୁରେ ଏହାକୁ ୭୨୯ ଟଙ୍କାକୁ ଖସାଇ ଦେଲେ କାରଣ କେନ୍ଦ୍ର ସରକାର MSPରେ ପ୍ରାୟ ୩ ପ୍ରତିଶତ ମହଙ୍ଗା ଦର ହିସାବରେ ୬୯ ଟଙ୍କା ବୃଦ୍ଧି କରିଥିଲେ । ଏହି ସୁବିଧା କୃଷକଙ୍କୁ ଦେବା ବଦଳରେ ନିଜେ ହଡପ କରିଥିଲେ । ଗତ କିଛି ଦିନ ତଳେ ସରକାର ଧାନର MSPକୁ ୨,୪୪୧ ଟଙ୍କାକୁ ବୃଦ୍ଧି କରିଛନ୍ତି । ତେଣୁ, ରାଜ୍ୟ ସରକର ଏହି ବର୍ଦ୍ଧିତ ପାଉଣାକୁ ନିଜେ ହଡପ କରି ଏବେ ଚାଷୀଙ୍କୁ ୮୦୦ ଟଙ୍କା ବଦଳରେ ୬୫୯ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିବେ । ଏବେ ଚାଷୀ ପିଛା ୧୫୦ କୁଇଣ୍ଟାଲ ସିଲିଙ୍ଗ ଲଗାଇଛନ୍ତି, ଯାହା ତାଙ୍କର ସଂକଳ୍ପ ପତ୍ରରେ ନ ଥିଲା । ଏହି U-turn ଫଳରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଚାଷୀ ପରିବାର ତ୍ରାହି ତ୍ରାହି ଡାକୁଛନ୍ତି ।

୩- ସରକାର ସୁଭଦ୍ରାକୁ ନେଇ ବାହାବା ଲୁଟୁଛନ୍ତି । ସଂକଳ୍ପ ପତ୍ରରେ ଦୁଇ ବର୍ଷରେ ୫୦ ହଜାର ଟଙ୍କାର କୁପନ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ପ୍ରଥମ କ୍ଯାବିନେଟ ମିଟିଂରେ ରାଜ୍ୟର ଏକ କୋଟି ସୁଭଦ୍ରାଙ୍କୁ ଭଣ୍ଡେଇ ବର୍ଷକୁ ମାତ୍ର ୧୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିଭିନ୍ନ ରାଜ୍ୟରେ ଥିବା ବିଜେପି ସରକାରରେ ଏମିତି ଯୋଜନା ତୁଳନାରେ ଓଡିଶାରେ ଦିଆ ଯାଉଥିବା ସହାୟତା ସବୁଠାରୁ କମ ।

୪- ସରକାର ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ କଥା କହୁଛନ୍ତି । କିନ୍ତୁ, କେବଳ ତାହା ପ୍ରତାରଣା । ଗତ ସରକାର ଭକ୍ତଙ୍କ ଅପେକ୍ଷା ଗୃହକୁ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କରଯାଇଥିଲା, ତାହାକୁ ଆସିବା ମାତ୍ରେ ହଟାଇ ଦେଲେ ଏ ସରକାର । ଗତ ଦୁଇ ବର୍ଷ ହେଲା ଖରାରେ ଭକ୍ତମାନେ ଡହଳ ବିକଳ ହେଉଛନ୍ତି । ମନ୍ଦିରରେ ଏଣିକି ଧାଡି ଦର୍ଶନ ହେବ ବୋଲି ଆଇନ ମନ୍ତ୍ରୀ କାହାକୁ ନ ପଚାରି ନିଜେ ନିଜେ ଘୋଷଣା କରିଦେଲେ । ସରକାର ଆସିବାର ମାତ୍ର ତିନି ମାସ ମଧ୍ୟରେ ତାହାକୁ ଘୋଷଣା କରିଥିଲେ । ପ୍ରଥମେ ଏହାକୁ ୨୪ ଡିସେମ୍ବର ୨୦୨୪, ତା’ପରେ ଜାନୁୟାରୀ ୨୦୨୫ରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ କହିଲେ । କିନ୍ତୁ ଏଯାଏଁ ହୋଇପାରିଲା ନାହିଁ ।

ସେହିପରି ମାଗଣାରେ ମହାପ୍ରସାଦ ଜଗନ୍ନାଥ ପ୍ରେମୀଙ୍କୁ ମିଳିବ ବୋଲି ଆଇନ ମନ୍ତ୍ରୀ ଘୋଷଣା କଲେ । ଏହି ଘୋଷଣା କାର୍ଯ୍ୟକରି କରିବା ପାଇଁ ଆଉ ଶୋର ଶବ୍ଦ ଶୁଣା ଯାଉନାହିଁ । ପୁରା U-turn ନେଇଗଲେ । ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ ଶ୍ରୀ ମନ୍ଦିରର ଭିତର ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟକୁ ଗୃହରେ ରଖିବେ । କିନ୍ତୁ, ଏବେ ଏ ସରକାର ପୂରାପୂରି U-turn ନେଇଗଲେ । ଗତ ଶୀତ କାଳୀନ ଅଧିବେଶନରେ ଗୃହରେ ପଚାରିଥିବା ପ୍ରଶ୍ନର ଏ ପର୍ଯ୍ୟନ୍ତ ଉତ୍ତର ଦେବାକୁ ସରକାର ସଫଳ ହୋଇ ନାହାନ୍ତି ।

୫- ୨୦୨୫-୨୬ ଶିକ୍ଷା ବର୍ଷରୁ ଛାତ୍ର ସାଂସଦ ନିର୍ବାଚନ ନିୟମିତ ଭାବେ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ । ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ଖୋଦ ମୁଖ୍ୟମନ୍ତ୍ରୀ ବିଭିନ୍ନ ସଭା ସମିତିରେ କହିଥିଲେ ୨୦୨୫ରେ ଛାତ୍ର ସାଂସଦ ନିର୍ବାଚନ ହେବ । ଗତବର୍ଷ ନିର୍ବାଚନ ହେଲାନାହିଁ । ଏ ବର୍ଷ ବି ତାହା କଲା ପରି କୌଣସି ସଂକେତ ମିଳୁନାହିଁ ।

୬- ମତ୍ସ୍ୟ ଓ ପ୍ରାଣୀ ପାଳନ ମନ୍ତ୍ରୀ କହିଥିଲେ ରାଜ୍ୟ ସରକାର ଏକ ନୂତନ ଯୋଜନା ଅଧୀନରେ ସମସ୍ତ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ୨୦୦ ML କ୍ଷୀର ମିଡ-ଡେ-ମିଲରେ ପ୍ରଦାନ କରିବେ । ଏବେ ଏହା ଉପରେ ସରକାର ସଂପୂର୍ଣ୍ଣ U-Turn ନେଇ ସାରିଛନ୍ତି ।

୭- ସରକାର ଏକତରଫା ଭାବେ ବିଧାୟକ, ମନ୍ତ୍ରୀ, ବାଚସ୍ପତିଙ୍କ ଦରମା, ପେନସନ, ଭତ୍ତା ବୃଦ୍ଧି କରିଥିଲେ । ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଏହା ଉପରେ ଖପପା ହୋଇଗଲେ । ସରକାର ତାକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ । ଏବେ ସେ ବିଲ କେବେ ଆସିବ ଜଣାନାହିଁ ।

୮- ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଆକାଂକ୍ଷିତ ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । କିନ୍ତୁ ଏ ସରକାର ଆସିବା ମାତ୍ରେ ତାହାକୁ ରଦ୍ଦ କରିଦେଲେ । ନୂତନ ଭାବେ ଏହି ପ୍ରକଳ୍ପ ଆସିବ ବୋଲି କହିଲେ । କିନ୍ତୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଲେ, ଭୁବନେଶ୍ଵରରେ ଜନସଂଖ୍ୟା ଅଧିକ ନୁହେଁ । ତେଣୁ ଭୁବନେଶ୍ବରର ୨୦୪୧ ସୁଦ୍ଧା feasible ନୁହେଁ । ଲୋକଙ୍କ ଆକ୍ରୋଶର ଶିକାର ହେବା ପରେ ଏହାକୁ ବାତିଲ କରାଯାଇ ନାହିଁ । ଏହାକୁ ସାମୟିକ ଭାବେ ସ୍ଥଗିତ ରକ୍ଷା ଯାଇଛି ବୋଲି ସରକାର କହିଲେ । କିନ୍ତୁ, ଗତ ୧୧ ଏପ୍ରିଲ କ୍ୟାବିନେଟ ବୈଠକରେ ମେଟ୍ରୋ ପ୍ରକଳ୍ପର consultant Delhi Metro Rail Corporation (DMRC) ସହିତ ମେଟ୍ରୋ ପ୍ରକଳ୍ପ ବୁଝାମଣାକୁ ରଦ୍ଦ କରିଛନ୍ତି ।

୯- ପରିବହନ ମନ୍ତ୍ରୀ ଡିସେମ୍ବର ୨୦, ୨୦୨୬ରେ ଘୋଷଣା କରିଦେଲ ଜାନୁୟାରୀ ୧ ତାରିଖରୁ ବିନା ପ୍ରଦୂଷଣ ସାର୍ଟିଫିକେଟରେ ଆଉ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ । ଏହି ଘୋଷଣାକୁ କିପରି କାର୍ଯ୍ୟକରି କରାଯିବ, ଓଡିଶାରେ ଏତେ ସଂଖ୍ୟକ PUCC checking station ଅଛି ନା ନାହିଁ, ପେଟ୍ରୋଲ ପମ୍ପ ଗୁଡିକ କିପରି PUCCର verify କରିବେ କିଛି ଆଲୋଚନା ନ କରି ଦିଲ୍ଲୀ ସରକାରଙ୍କୁ କପି କରି ମାତ୍ର ଦଶ ଦିନ ଧାର୍ଯ୍ୟ କରିଦେଲେ । ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ PUCC centre ଆଗରେ ଲାଇନରେ ଲଗାଇ ଦେଲେ । ପରେ ଜନ ଆକ୍ରୋଶ ଏବଂ ଓଡିଶା ହାଇ କୋର୍ଟ ଛାଟରେ ୨୮ ଜାନୁୟାରୀରେ ଏହି notification କୁ ପ୍ରତ୍ୟାହାର କରିଥିଲେ ।

୧୦- ସରକାରକୁ ଆସିବା ମାତ୍ରେ ଜୁଲାଇ ୧୯ ତାରିଖରେ ବିଜୁ ପଟନାୟକ ଖେଳ ପୁରସ୍କାରର ନାମ ପରିବର୍ତ୍ତନ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲେ ସରକାର । କିନ୍ତୁ ବିଜ୍ଞପ୍ତିର ତିନିଦିନ ପରେ ତାହାକୁ ପ୍ରତ୍ୟାହାର କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମୋଦନରେ କ୍ରୀଡା ମନ୍ତ୍ରୀ ଏହାକୁ ଘୋଷଣା କରି ଦେଇଥିଲେ ।

୧୧- ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୬ ତାରିଖ ଦିନ ସବୁ ଜିଲ୍ଲାପାଳମାନଙ୍କୁ ଆସନ ସଂରକ୍ଷଣ ଚୁଡାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ, ସେହି ଆଦେଶକୁ ଏପ୍ରିଲ ୧୪ ତାରିଖରେ ପ୍ରତ୍ୟାହୃତ କରିଥିଲେ ।

୧୨- ନିର୍ବାଚନ ପୂର୍ବରୁ ସବୁ ସଭା ସମିତିରେ ଶାସକ ଦଳ ନେତା କହିଲେ ଓଡିଶାରେ ମଦ ବନ୍ଦ କରିବେ । ବର୍ତ୍ତମାନ ଅବକାରୀ ମନ୍ତ୍ରୀ କହୁଛନ୍ତି ରାଜ୍ୟର ମିଲେଟ ଓ ମହୁଲରୁ ସୁବାଶିତ ଉତ୍ତମ ମାନର ମଦ ପ୍ରସ୍ତୁତ କରି ବିକ୍ରି କରିବେ । ବେସରକାରୀ ସଂସ୍ଥାକୁ ଏଥିପାଇଁ ସରକାର ଅର୍ଥ ସରକାର ଦେବେ । ସରକାରଙ୍କ ମଦ ନିଗମର ସ୍ଲୋଗାନ, ‘ଅଳ୍ପ ମଦ ପିଅ, କିନ୍ତୁ ଭଲ ପିଅ’ । ଯେଉଁ ସରକାର ମଦ ବନ୍ଦ କରିବା ପ୍ରତିଶୃତି ଦେଇଥିଲା ସେ ସରକାର ଭଲ ମଦ ପ୍ରସ୍ତୁତ କରି ଲୋକଙ୍କ ମଧ୍ୟରେ ବିକ୍ରି କରିବା ପାଇଁ ଲାଗି ପଡିଛି । ଗତ ୫ ତାରିଖରେ ୫୦ଟି ଅଧିକ Off-Shopକୁ ଲାଇସେନ୍ସ ଦେବା ପାଇଁ ଟେଣ୍ଡର ଡ଼ାକିଥିଲା । ମାର୍ଚ୍ଚ ୧୧ ରେ ରାଜ୍ୟରେ ଗୁଟକା ଓ ନିକୋଟିନର ବିକ୍ରି, ଉତ୍ପାଦନ ଓ ବଣ୍ଟନ ପାଇଁ blanket ban ଜାରି କରିଥିଲେ । କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ମୁସ୍କିଲ ଏବଂ ଗୁଟକା ଲବିଙ୍କ ଚାପରେ ଚେପା ହୋଇ ସେଇ ବିଜ୍ଞପ୍ତିକୁ ୨୭ ଜାନୁୟାରୀରେ ପ୍ରତ୍ୟାହାର କରିଛନ୍ତି ।

  • Related Posts

    ଆମ ବିଫଳତା କୁହନ୍ତୁ ଗ୍ରହଣ କରିବୁ, କିନ୍ତୁ ତାଙ୍କ ସଫଳତା ମଧ୍ୟ 15 ବର୍ଷର ଗୋଟି ଗୋଟି କରି କହିବାକୁ ପଡ଼ିବ: ମନମୋହନ

    ସରକାରଙ୍କୁ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘେରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, “ଯେଉଁମାନେ ବିଫଳତା ଦିବସ କଥା କହୁଛନ୍ତି ସେମାନଙ୍କୁ ପଚାରିବେ ଆମର କଣ କଣ…

    Continue reading
    ଟିଏମସିର ବିଦ୍ରୋହୀ କ୍ୟାମ୍ପରେ ୟୁସୁଫ, ରଚନା, ଶତ୍ରୁଘ୍ନ ସିହ୍ନା ଓ ସାୟୋନୀ

    ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ସାଂସଦ ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବାସ୍ତବରେ ୨୦ ନୁହେଁ, ବରଂ ୧୯ ଜଣ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ