ଆମ ବିଫଳତା କୁହନ୍ତୁ ଗ୍ରହଣ କରିବୁ, କିନ୍ତୁ ତାଙ୍କ ସଫଳତା ମଧ୍ୟ 15 ବର୍ଷର ଗୋଟି ଗୋଟି କରି କହିବାକୁ ପଡ଼ିବ: ମନମୋହନ

ସରକାରଙ୍କୁ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘେରିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, “ଯେଉଁମାନେ ବିଫଳତା ଦିବସ କଥା କହୁଛନ୍ତି ସେମାନଙ୍କୁ ପଚାରିବେ ଆମର କଣ କଣ ବିଫଳତା ଆଉ ସେମାନଙ୍କର 15 ବର୍ଷ ଭିତରେ କଣ କଣ ସଫଳତା । ଆମ ବିଫଳତା କୁହନ୍ତୁ ଗ୍ରହଣ କରିବୁ, କିନ୍ତୁ ତାଙ୍କ ସଫଳତା ମଧ୍ୟ କଣ 15 ବର୍ଷର ଗୋଟି ଗୋଟି କରି କହିବାକୁ ପଡ଼ିବ । ସେମାନେ ଉତ୍ତର ଦେବା ପରେ ନୈତିକତା ଦୃଷ୍ଟିରୁ ପ୍ରଶ୍ନ କରିବେ । ଆମେ ତ 2 ବର୍ଷରେ କଣ କଣ କରିଛୁ ତାର ଉତ୍ତର ଆସନ୍ତା 12 ତାରିଖରେ ଦେବୁ । ଆମେ 24 ଘଣ୍ଟା ହେଇନଥିଲା ସଂକଳ୍ପ ପତ୍ର ଅନୁସାରେ କାମ କରିଛୁ । 24 ଘଣ୍ଟାରେ କ୍ୟାବିନେଟ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛୁ । 10 ଟଙ୍କା ବି ଚାଷୀଙ୍କୁ ବୋନସ ଦେଇନଥିଲେ ସେମାନଙ୍କୁ ଆମେ 3100 ଟଙ୍କା କଲୁ । 4 ଥର ଧାନ କିଣି ସାରିଛୁ । ଆମେ ସୁଭଦ୍ରା କହିଲୁ ଦେଲୁ । ଆମେ ରତ୍ନଭଣ୍ଡାର ଖୋଲିଲୁ, ଚାରି ଦ୍ୱାର ଖୋଲିଛି । ଯାହା କହିଛୁ କରିଛୁ । ସେମାନେ ଇଞ୍ଚେ ଜମି ଜନସେଚନ କରିନାହାନ୍ତି । ଆମେ 15 ଲକ୍ଷ ହେକ୍ଟର ଜମି ଜଳସେଚନ ପାଇଁ କାମ ଆରମ୍ଭ କରିସାରିଛୁ । ଠିକ୍ ସମୟରେ ହୋଇନଥିବା କାମ କରାଯିବ ।”

ସେହିପରି ମନମୋହନ କହିଛନ୍ତି, ରାଇରଙ୍ଗପୁରରେ ରାଜ୍ୟର ଦୁଇ ଓ କେନ୍ଦ୍ରର 12 ବର୍ଷ ପୂର୍ତ୍ତକୁ ନେଇ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ l ପ୍ରଧାନମନ୍ତ୍ରୀ 20 ତାରିଖରେ ରାଇରଙ୍ଗପୁର ଆସିବେ l ପ୍ରଧାନମନ୍ତ୍ରୀ ଆସିବା ନେଇ ସହମତି ଦେଇଛନ୍ତି l ରାଜ୍ୟ ସରକାରଙ୍କ ଦୁଇ ବର୍ଷ ଓ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତିକୁ ନେଇ ବକ୍ତବ୍ୟ ରଖିବେ ପ୍ରଧାନମନ୍ତ୍ରୀ l

  • Related Posts

    ବିଜେପି ସରକାରର ୨୪ ମାସରେ ୧୨ ବିଫଳତା ଗଣେଇଲେ ରଣେନ୍ଦ୍ର

    ୧- ଓଡ଼ିଶାର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଆନ୍ଦୋଳନରେ ବସିଛନ୍ତି । ତିନି ମାସ ହେଲା ସରକାର ତାଙ୍କୁ ଭତ୍ତା ଦେବାରେ ବିଫଳ ହୋଇଛନ୍ତି । ସବୁ ମଧୁବାବୁ ପେନସନ ଯୋଜନା ତଥା ଜାତୀୟ ସାମାଜିକ ସହାୟତା ଯୋଜନା ଅନୁସାରେ ସବୁ…

    Continue reading
    ଟିଏମସିର ବିଦ୍ରୋହୀ କ୍ୟାମ୍ପରେ ୟୁସୁଫ, ରଚନା, ଶତ୍ରୁଘ୍ନ ସିହ୍ନା ଓ ସାୟୋନୀ

    ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ସାଂସଦ ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବାସ୍ତବରେ ୨୦ ନୁହେଁ, ବରଂ ୧୯ ଜଣ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ