ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଲେ ଟିଏମସି ସାଂସଦ ପ୍ରକାଶ ଚିକ୍ ବାରାଇକ

କଲକାତା : ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ (ଟିଏମସି) ଭୁଶୁଡିବାରେ ଲାଗିଛି। ଜଣକ ପରେ ଜଣେ ସାଂସଦ ଦେଉଛନ୍ତି ଇସ୍ତଫା। ଦଳର ରାଜ୍ୟସଭା ସାଂସଦ ପ୍ରକାଶ ଚିକ୍ ବାରାଇକ ଆଜି ତାଙ୍କ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ପ୍ରକାଶ ଚିକ୍ ବାରାଇକଙ୍କ ପୂର୍ବରୁ, ଅନ୍ୟ ଦୁଇ ପ୍ରମୁଖ ଟିଏମସି ରାଜ୍ୟସଭା ସାଂସଦ, ସୁଖେନ୍ଦୁ ଶେଖର ରାୟ ଏବଂ ସୁସ୍ମିତା ଦେବ ମଧ୍ୟ ଇସ୍ତଫା ଦେଇଛନ୍ତି। ଏହି ୩ ପ୍ରମୁଖ ଇସ୍ତଫା ରାଜ୍ୟସଭାରେ ତୃଣମୂଳ କଂଗ୍ରେସର ଶକ୍ତିକୁ ଯଥେଷ୍ଟ ହ୍ରାସ କରିଛି। ଆଜି ବାରାଇକଙ୍କ ଇସ୍ତଫା ସହିତ ଉଚ୍ଚ ସଦନରେ ଟିଏମସି ସାଂସଦଙ୍କ ସଂଖ୍ୟା ଏବେ ୧୦କୁ ହ୍ରାସ ପାଇଛି।
ବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ମମତା ବାନାର୍ଜୀଙ୍କ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି। ଟିଏମସି ବିଧାୟକଙ୍କଠାରୁ ସାଂସଦ ପର୍ଯ୍ୟନ୍ତ, ଗୋଟିଏ ପରେ ଗୋଟିଏ ସମସ୍ତେ ତାଙ୍କୁ ଛାଡି ଯାଉଛନ୍ତି। ଏବେ ପରିସ୍ଥିତି ଏପରି ହୋଇଛି ଯେ ସାୟାନୀ ଘୋଷ, ୟୁସୁଫ ପଠାନ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ଭଳି ବଡ଼ ତାରକା ମଧ୍ୟ ବିଦ୍ରୋହୀଙ୍କ ତାଲିକାରେ ସାମିଲ ହୋଇଛନ୍ତି।

  • Related Posts

    ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ

    ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ। ୨୧ ଜଣ ସୁରକ୍ଷିତ ଉଦ୍ଧାର ହେଲେ ୩ ଜଣଙ୍କ ମିଳୁନି ପତ୍ତା। ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜୋରଦାର କରିଛି ବୈଦେଶିକ ମନ୍ତ୍ରାଳୟ। ଆକ୍ରମଣକୁ ଭାରତ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।…

    Continue reading
    ଟିଏମସିର ବିଦ୍ରୋହୀ କ୍ୟାମ୍ପରେ ୟୁସୁଫ, ରଚନା, ଶତ୍ରୁଘ୍ନ ସିହ୍ନା ଓ ସାୟୋନୀ

    ଟିଏମସିରେ ଆରମ୍ଭ ହୋଇଥିବା ବିଭାଜନ ଏବେ ବିସ୍ଫୋରକ ରୂପ ନେଇଛି। ଦଳର ୨୦ ଜଣ ସାଂସଦ ବିଦ୍ରୋହ ଘୋଷଣା କରିଥିବା କୁହାଯାଉଥିଲେ ହେଁ ଏବେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ବାସ୍ତବରେ ୨୦ ନୁହେଁ, ବରଂ ୧୯ ଜଣ ସାଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ