
ଦେବଗଡ଼:ଜିଲ୍ଲା ପରିଷଦ ସମ୍ମିନଳୀ କକ୍ଷରେ ଆଜି ଶିଶୁ ଓ କିଶୋର ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ଅଧିନିୟମର କାର୍ଯ୍ୟକାରିତା ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶ୍ରମ ଅଧିକାରୀ ପଦ୍ମାବତୀ ମାରାଣ୍ଡିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଚନ୍ଦନା ଦାସ ଓ କସ୍ତୁରୀ ମିଶ୍ର ମୁଖ୍ୟଅତିଥି, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ସୃଜନ ସାରସ୍ଵତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ଶ୍ରମିକ ନିଷେଧ ଆଇନର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କର୍ମଶାଳାରେ ବଲାଙ୍ଗିର ଶିଶୁ ମଙ୍ଗଳ କମିଟିର ପୂର୍ବ ସଦସ୍ୟା ତଥା ଆକ୍ସନଆଡ ୟୁନିସେଫର ସଦସ୍ୟା ସୁନିତା ତ୍ରିପାଠୀ ତାଲିମଦାତା ଭାବେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସୁଷମା ମଞ୍ଜରୀ ମହାପାତ୍ର, ଦସ୍ୟା ଗାୟତ୍ରୀ ଦ୍ଵିବେଦୀ, ଯତୀନ୍ଦ୍ର ମୋହନ ନାୟକ,ସୁମିତ୍ରା ପୁରୋହିତ,ନିର୍ଜନା ମାହାର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନ ,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର,ଡିଆଇପିଆରଓ ମନୋରଞ୍ଜନ ସୁତାର ,ସିଡିପିଓ ବନ୍ଦିତା ରାଉତରାୟ, ଲିଲି ପ୍ରଧାନ ଉପସ୍ଥିତ ଥିଲେ।


