ଛାତ୍ରୀ ଆତ୍ମହତ୍ୟା ମାମଲା ; ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ

ଗୋପାଳପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଠାରେ ଥିବା ଏକ ବେସରକାରୀ କଲେଜର ବିସିଏ ଦ୍ବିତୀୟ ବର୍ଷର ଛାତ୍ରୀ ସ୍ମୃତି ଭୋଳ(୨୦) ଶନିବାର କଲେଜ ପରିସର ହଷ୍ଟେଲ କୋଠରୀରେ ଆତ୍ମହତ୍ୟା କରିବା ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ତଥା ପୁରୁଷବନ୍ଧୁ ବିଶ୍ବଜିତ ଜେନା ଓରଫ୍ ପପୁ(୨୪)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଶ୍ବଜିତ ହେଉଛନ୍ତି ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ପୁୁତୁରା। ମୃତ ଛାତ୍ରୀଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ବିଏନ୍ଏସର ଧାରା ୧୦୮ ଅନୁସାରେ ବିଶ୍ବଜିତଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବିଶ୍ବଜିତଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ରବିବାର ରାତିରେ ବିଶ୍ବଜିତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଇତିମଧ୍ୟରେ ପୁଲିସ ସ୍ମୃତିଙ୍କ ଲାପଟପ ଓ ମୋବାଇଲ ଫୋନକୁ ନେଇ ମଧ୍ୟ ଯାଞ୍ଚ ଆରମ୍ଭ କରିଛି। ମୃତ ସ୍ମୃତିଙ୍କ ମାମୁଙ୍କ ଅଭିଯୋଗ ଆଧାରରେ ସ୍ମୃତି ସହ ବିଶ୍ବଜିତଙ୍କ ସମ୍ପର୍କ ଏବଂ ସ୍ମୃତିକୁ ବିଶ୍ବଜିତ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଉପରେ ମଧ୍ୟ କଲେଜରେ ପୁଲିସ ସ୍ମୃତିଙ୍କ ସହପାଠୀଙ୍କୁ ମଧ୍ୟ ପଚରାଉଚରା କରୁଛି। ଅନ୍ୟପଟେ ସ୍ମୃତିଙ୍କ ବ୍ୟବଛେଦ ରିପୋର୍ଟ ଆସିବା ପରେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା’ ସ୍ମୃତିଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ନେଇ ମାମୁ ସମେତ ପରିବାର କରିଥିବା ଅଭିଯୋଗର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ରବିବାର ଅପରାହ୍ନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବ୍ରହ୍ମପୁରରେ ଅାୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଖଣି ମନ୍ତ୍ରୀଙ୍କ ପୁତୁରା ତଥା ଅଭିଯୁକ୍ତ ବିଶ୍ବଜିତ ଜେନାଙ୍କୁ ଗିରଫ କରାଯାଇଥିଲା। ରାଜନୈତିକ ପ୍ରଭାବ ରହିଥିବା ଯୋଗୁଁ ପୁଲିସ ତଦନ୍ତ ଉପରେ ବିଜେଡି ନେତାମାନେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି।
ଏଠଶରେ ଉ​‌ଲ୍ଲେଖ​‌େ​ଯାଗ୍ୟ, ଶନିବାର ସ୍ମୃତି ଭୋଳ(୨୦) ହଷ୍ଟେଲରେ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ଗଞ୍ଜାମ ଜିଲା ବୁଗୁଡ଼ା ନିକଟସ୍ଥ ଘୋଡାପଡା ଗ୍ରାମର ସ୍ମୃତି କଲେଜ ହଷ୍ଟେଲରେ ସାନ ଭଉଣୀଙ୍କ ସହିତ ୫ ଜଣ ସାଙ୍ଗ ହୋଇ ରହୁଥିଲେ। ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତେ ଏକାଠି ବସି ପାଠ ପଢ଼ୁଥିଲେ । ସକାଳେ ତାଙ୍କ ସାନ ଭଉଣୀ ଉଠିଲା ବେଳେ ପାର୍ଶ୍ୱରେ ଥିବା ଏକ ରୁମରେ ସ୍ମୃତି ସିଲିଂ ଫ୍ୟାନରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେl ସ୍ମୃତିଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ