ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ- ମନ୍ତ୍ରୀ

ଭୁବନେଶ୍ୱର : ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ସଂଶୋଧିତ ପୁସ୍ତକ ଦିଆଯିବା ନେଇ ସୋମବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ବହି ତ୍ରୁଟି ତଦନ୍ତରେ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ସ୍କୁଲରେ ଠିକ୍ ଭାବରେ ପଢାଯିବା ନେଇ ସଂଶୋଧିତ ବହି ବ୍ୟବହାର ହେବ।ସଂଶୋଧିତ ବହି ଡିଇଓ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ ଦିଆଯିବ।ତଦନ୍ତ ରିପୋର୍ଟ ଅନୁସାରେ ଅଧିକ କାର୍ୟ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟିର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ସ୍କାନର୍‌ରେ ଅଛନ୍ତି ଜଣକ ପରେ ଜଣେ ଅଧିକାରୀ । ଏସସିଇଆରଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ନିଲମ୍ୱିତ ହେବା ପରେ ଏବେ ତଦନ୍ତ ସ୍କାନରକୁ ଆସିଛନ୍ତି କୋର୍‌ କମିଟି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ । ଯିଏ କି ବହି ପ୍ରକାଶନ ପାଇଁ ଗଠିତ ଷ୍ଟେଟ୍‌ ଷ୍ଟିୟରିଂ କମିଟି ଏବଂ କୋର୍‌ କମିଟିର ମୁଖ୍ୟ ଥିଲେ । ଏଥିସହ ଅନ୍ୟ ସମସ୍ତ ସବ୍‌-କମିଟିର କାର୍ୟ୍ୟ ତଦାରଖ କରିବା ସହ ତ୍ରୁଟିଶୂନ୍ୟ ବହି ପ୍ରକାଶନ କରିବା ପାଇଁ ସିଧାସଳଖ ଦାୟୀ ଥିଲେ ।

​​​​​​​ଶ୍ରୀ ପ୍ରଧାନଙ୍କ ସମେତ ବହୁ ପ୍ରତିଷ୍ଠିତ ଶିକ୍ଷାବିତ୍‌ ଥାଉ ଥାଉ ପାଠ୍ୟପୁସ୍ତକରେ ଏଭଳି ଗୁରୁତର ତ୍ରୁଟି ରହିଗଲା କେମିତି? ବହି ଛପା ହେବା ପୂର୍ବରୁ ସେ ନିଜେ ଏହାକୁ ପରଖିଥିଲେ, ନା କେବଳ ଆଖିବୁଜି ପ୍ରିଣ୍ଟିଂ ପାଇଁ ସବୁଜ ସଙ୍କେତ ଦେଇଥିଲେ? ବହି ଛପା କାର୍ୟ୍ୟରେ ଶ୍ରୀ ପାଢ଼ୀଙ୍କ ମନମାନୀ ବାବଦରେ ଯଦି ସେ ଜାଣିନଥିଲେ କିମ୍ୱା ତାଙ୍କୁ ବହି ଦେଖାଯାଇନଥିଲା, ତେବେ ଏ ନେଇ ସେ ସେତେବେଳେ ଓସେପା କିମ୍ୱା ଗଣଶିକ୍ଷା ସଚିବଙ୍କୁ ଜଣାଇଥିଲେ କି? ଘଟଣାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଶ୍ରୀ ପ୍ରଧାନଙ୍କ ରହସ୍ୟଜନକ ନୀରବତାକୁ ନେଇ ଶିକ୍ଷାବିତ୍‌ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

  • Related Posts

    ସାମ୍ବାଦିକ ପ୍ରତାପ କିଶୋର ନାୟକଙ୍କ ପରଲୋକ

    ଦେବଗଡ଼:ନକ୍ଷତ୍ରନ୍ୟୁଜ ଦେବଗଡ଼ ଜିଲ୍ଲା ପ୍ରତିନିଧି ପ୍ରତାପ କିଶୋର ନାୟକଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି।ସ୍ବର୍ଗତ ନାୟକ ବେଶ କିଛି ଦିନ ହେବ ଅସୁସ୍ଥ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତ୍ୟୁ ଶର୍ଯ୍ୟା ନିକଟରରେ ତାଙ୍କ ପରିବାରର ସମସ୍ତ ସଦସ୍ୟ…

    Continue reading
    ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ,ପରିଚ୍ଛନ୍ନତା ସହ ସୌରଶକ୍ତି ଯୋଜନା ଉପରେ ସଚେତନତା

    ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନ ଆରମ୍ଭ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗ୍ରାମପଞ୍ଚାୟତର ସମସ୍ତ ୱାର୍ଡରେ କ୍ରମାଗତ ୬ଦିନ ଧରି ଏହି ଅଭିଯାନ ଚାଲିବ। ଏହା ଅନ୍ତର୍ଗତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ