କଳାବ୍ୟାଚ ପିନ୍ଧିଲେ SCB ଡାକ୍ତର, ବର୍ଷାରେ ଭିଜି କଲେ ପ୍ରତିବାଦ

କଟକ: ଜାତୀୟ ଡାକ୍ତର ଦିବସରେ ବର୍ଷାରେ ଓଦା ହୋଇ କଳା ବ୍ୟାଚ ପିନ୍ଧି ଡାକ୍ତରମାନେ ପ୍ରତିବାଦ କରିଛନ୍ତି । କଟକର SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଜୁନିଅର ଡାକ୍ତର ସଂଘ (JDA) ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA)ର ସମର୍ଥନରେ ନିଜର ନ୍ୟାୟ ପାଇଁ ପ୍ରତିବାଦ କରିଛି । ସରକାର ସମସ୍ୟାର ସମାଧାନ ନକଲେ ଆଗକୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ଏସସିବି JDA ।SCBରେ 1000ରୁ ଅଧିକ ଜୁନିୟର ଡାକ୍ତର କଲାବ୍ୟାଚ ପିନ୍ଧି OMSAର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ତେବେ OMSA 10-ସୂତ୍ରୀ ଦାବି ପୂରଣକୁ ନେଇ ଅନିଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ପୂର୍ବରୁ ସରକାରୀ ଡାକ୍ତରଖାନାରେ ଘଣ୍ଟାଏ ଲେଖାଁ ଓପିଡି ମଧ୍ୟ ବନ୍ଦ କରାଯାଇଥିଲା । ଏନେଇ JDA ଆଜିଠୁ କଳାବ୍ୟାଚ ପରିଧାନ କରିଛନ୍ତି ।SCB ଜୁନିଅର ଡାକ୍ତର ସଂଘର ସଭାପତି ଡାକ୍ତର ଚିନ୍ମୟ ପ୍ରଧାନ କହିଛନ୍ତି, “ପୂର୍ବରୁ ଯେତେବେଳେ ଆମେ ପ୍ରତିବାଦ କରିଥିଲୁ, ସରକାର ଆମକୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଆମର ଦାବି ପୂରଣ କରାଯିବ । କିନ୍ତୁ, ସରକାର ଏପର୍ଯ୍ୟନ୍ତ ଗୋଟିଏ ହେଲେ ଦାବି ପୂରଣ କରିନାହାନ୍ତି । ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଛଅ ମାସ ବିତିଗଲାଣି କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସରକାର ସେମାନଙ୍କର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବାରୁ SCBMCHର ସମସ୍ତ ଜୁନିଅର ଡାକ୍ତର କଳାପଟି ପିନ୍ଧି ପ୍ରତିବାଦ କରୁଛନ୍ତି ।”କଟକ ବଡ଼ ମେଡିକାଲରେ ଆନ୍ଦୋଳନର ପ୍ରଭାବ ପଡି ନଥିବା ବେଳେ କଟକ ଜିଲ୍ଲାରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ପ୍ରଭାବ ପଡିଛି । ରାଜ୍ୟରେ ପ୍ରାୟ 5 ହଜାର ଡାକ୍ତର OMSAରେ ଥିବା ବେଳେ, ସେମାନେ ପ୍ରତିବାଦକୁ ଓହ୍ଲାଇ ଥିବାରୁ ଗୋଷ୍ଠୀ କେନ୍ଦ୍ର ଗୁଡିକରେ ରୋଗୀ ସେବା ପ୍ରଭାବିତ ହୋଇଛି ।

  • Related Posts

    ratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତି

    ପୁରୀ: ଆସନ୍ତା ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଗଣତି ମଣତି କରାଯିବ।…

    Continue reading
    low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

    ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ଗତକାଲି ମିଆଁମାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ, ଆଜି ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ବାଂଲାଦେଶ ଉପକୂଳସ୍ଥ ସମୁଦ୍ର ଅଞ୍ଚଳ ଉପରେ ବାୟୁମଣ୍ଡଳର ୫.୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ