
ଦେବଗଡ଼:ଦେବଗଡ ଥାନା ପୁଲିସ ପକ୍ଷରୁ ରାଜା ବାସୁଦେବ ହାଇସ୍କୁଲରେ ଆଜି ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଡିପିଓ ରମେଶ ମାହାନା ଯୋଗ ଦେଇ ଛାତ୍ରମାନଙ୍କୁ ସଚେତନ କରାଯିବା ସହ ଶପଥପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ର ଉପସ୍ଥିତ ଥିଲେ।ସେହିପରି ବାରକୋଟ ଥାନା ପୁଲିସ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବାରକୋଟ ଥାନା ଏସଆଇ ସନ୍ତୋଷ ଶତପଥି, ବିରଂଚି ନାରାୟଣ ନାଏକ, ସନାତନ ନାୟକ ଉପସ୍ଥିତ ରହି ସଚେତନ କରିବା ସହ ଶପଥପାଠ କରିଥିଲେ। ଏଥିରେ ଆମ ପୁଲିସ ସମିତିର ସଦସ୍ୟ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।




