ନକଲି ‘ଆଇଏଏସ୍‌ ଅଧିକାରୀ’ ଗିରଫ

ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଉଚ୍ଚ ପଦବୀରେ ନିଯୁକ୍ତି ଦେବାକୁ କହି ୨୦ ଲକ୍ଷ ଠକେଇ କରିଥିବା ଅଭିଯୋଗରେ ନକଲି ଆଇଏଏସ୍‌ ଅଧିକାରୀଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ କଲକାତାର ହୁଗୁଳି ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ାର ରବିନାରାୟଣ ଦାସ।
ପୁଲିସ ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପଦୋନ୍ନତି ପ୍ରାପ୍ତ ଆଇଏଏସ୍ ଅଧିକାରୀ ବୋଲି ରବିନାରାୟଣ ପରିଚୟ ଦେଇଥିଲା। ମଧ୍ୟସ୍ଥି ସାଜିଥିବା ମନୋଜ କୁମାର ଲେଙ୍କା ନିଜକୁ ଓଏମ୍‌ସିର ଜେନେରାଲ ମ୍ୟାନେଜର ପରିଚୟ ଦେଉଥିଲା। ଘଟଣାକ୍ରମରେ ଅଭିଯୋଗକାରୀ ମନୋରଞ୍ଜନ ପ୍ରଧାନଙ୍କ ସହ ଉଭୟଙ୍କ ଚିହ୍ନା ପରିଚୟ ହୋଇଥିଲା। ମନୋରଞ୍ଜନଙ୍କୁ ଓଏମ୍‌ସିରେ ଡେପୁଟି ଜେନେରାଲ ମ୍ୟାନେଜର ପଦବୀରେ ଚାକିରି ଦେବାକୁ ରବିନାରାୟଣ କହିଥିଲା। ତାଙ୍କ ମନରେ ବିଶ୍ବାସ ଜନ୍ମାଇବାକୁ ରାଜ୍ୟ ବାହାରକୁ ନେଇ ସାକ୍ଷାତକାର କରାଇଥିଲେ। ମନୋରଞ୍ଜନଙ୍କୁ ମିଛ ନିଯୁକ୍ତିପତ୍ର ପ୍ରଦାନ କରି ୨୦ ଲକ୍ଷ ଟଙ୍କା ନେଇ ଯାଇଥିଲେ। ନିଯୁକ୍ତିପତ୍ର ଯାଞ୍ଚ କରିବା ପରେ ନକଲି ବୋଲି ଜଣାପଡ଼ିଥିଲା। ଗତ ଏପ୍ରିଲରେ ଠକେଇର ଶିକାର ମନୋରଞ୍ଜନ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। କଲକାତାର ହୁଗୁଳିରୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଚଢ଼ଉ କରି ରବିନାରାୟଣକୁ ଗିରଫ କରାଯାଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ମନୋଜ ଫେରାର ରହିଛି। ଅନୁରୂପ ଭାବେ ରବିନାରାୟଣ ସରକାରୀ ନିଯୁକ୍ତି ଦେବାକୁ କହି ଭୁବନେଶ୍ବର ଓ ଯାଜପୁରର ୩ଜଣଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକେଇ କରିଛି। ଯାଜପୁରର ଜଣେ ଯୁବକଙ୍କୁ ସରକାରୀ ଚାକିରି ଦେବାକୁ କହି ୮୮ ଲକ୍ଷ ଟଙ୍କା ଠକେଇ କରିଛି। ଉକ୍ତ ଠକେଇ ମାମଲା ଯାଜପୁର ସାଇବର ଥାନା ପୁଲିସ ତଦନ୍ତ କରୁଛି। ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସରକାରୀ ନିଯୁକ୍ତି ଦେବାକୁ କହି ୧୦ ଲକ୍ଷ ଟଙ୍କା ଠକେଇ କରିଛି। ରବିନାରାୟଣକୁ ରିମାଣ୍ଡରେ ଅଣାଯାଇ ଜେରା କରାଯିବ ବୋଲି ପୁଲିସ କହିଛି।

  • Related Posts

    ସୌମ୍ୟ ହତ୍ୟା ମାମଲା :୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

    ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ…

    Continue reading
    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ