ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଖଳି

ପୁରୀ: ପବିତ୍ର ଆଷାଢ଼ ମାସ କୃଷ୍ଣପକ୍ଷ ଏକାଦଶୀ ବା ଖଳିଲାଗି ଏକାଦଶୀ ଶନିବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖଳି ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଅଙ୍ଗରେ ଖଳି ଲାଗି ହୋଇଛନ୍ତି। ସେହିପରି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଦଶମୀ ତିଥିରେ ଶ୍ରୀମନ୍ଦିରକୁ ଆସିଥିବା ଦଶମୂଳ ମୋଦକ ମଧ୍ୟ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ଅପରପକ୍ଷରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥିବାରୁ ମହାପ୍ରଭୁଙ୍କୁ ତୁଳସୀ ଲାଗି ହେବା ସହ ବାରଲାଗି ଖଣ୍ଡୁଆ ଲାଗି ହୋଇଛନ୍ତି।ପରମ୍ପରା ଅନୁଯାୟୀ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନବେଦୀରେ ଶ୍ରୀବିଗ୍ରହ ମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେବା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ଓ ପତିମହାପାତ୍ର ଗୁପ୍ତ ସେବା କରୁଛନ୍ତି। ଏକାଦଶୀ ତିଥିରେ ଅଣସର ଗୃହରେ ବିରାଜିତ ଶ୍ରୀବିଗ୍ରହ ମାନଙ୍କୁ ଖଳି ଲାଗି କରାଯିବା ସହ ତୁଳସୀ ଲାଗି କରାଯାଇଛି। ଏଥିସହ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ମଧ୍ୟ ଲାଗି କରାଯାଇଛି। ମହାପ୍ରଭୁଙ୍କ ଉକ୍ତ ନୀତି ନିମନ୍ତେ ଶ୍ରୀମନ୍ଦିର ପଟିଦିଅଁଙ୍କ ନିକଟରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ବେହେରଣ ଦ୍ୱାର ଖୋଲିଥିଲା। ଏହାପରେ ଅଣସର ଗୃହରେ ଦଇତାପତି ଏବଂ ପତି ମହାପାତ୍ର ପ୍ରବେଶ କରିଥିଲେ। ଅଣସର ଗୃହରେ ଥିବା ଦାରୁ ବିଗ୍ରହଙ୍କ ଅଣସର ନୀତି ଆରମ୍ଭ ହୋଇଥିଲା। ଶୁଦ୍ଧ ସୁଆରଙ୍କ ଘରୁ ଖଳି ଆସି ଠାକୁରଙ୍କୁ ଲାଗି କରାଯିବା ସହିତ ରକ୍ତ ବସ୍ତ୍ର ମଧ୍ୟ ଲାଗି କରାଯାଇଥିଲା। ଏହାପରେ ଚକଟା ଭୋଗ ଏବଂ ପଣାଭୋଗ ହୋଇ ବେହେରଣ ଦ୍ୱାର ବନ୍ଦ କରାଯାଇଥିଲା। ଜୟ ବିଜୟ ଦ୍ୱାର ଖୋଲାଯାଇ ପଟିଦିଅଁଙ୍କ ନୀତି ଆରମ୍ଭ ହୋଇଥିଲା। ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢ଼ିବା ପରେ ବେହେରଣ ଦ୍ୱାରା ଖୋଲିଥିଲା। ପଟିଦିଅଁଙ୍କ ସର୍ବାଙ୍ଗ ହେବା ସହିତ ଅଣସର ଗୃହରେ ଥିବା ଶ୍ରୀବିଗ୍ରହ ମାନଙ୍କ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା। ସର୍ବାଙ୍ଗ ବଢ଼ିବା ପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ବାରଲାଗି ଖଣ୍ଡୁଆ, ରଙ୍ଗିନ ସୁଗନ୍ଧିତ ପୁଷ୍ପ ଏବଂ ତୁଳସୀ ଲାଗି କରାଯାଇଥିଲା। ଅଣସର ଗୃହରେ ଚତୁର୍ଦ୍ଧା ବିଗ୍ରହ ପ୍ରଥମ ତୁଳସୀ ଧାରଣ କରିଥିଲେ। ବୈଦ୍ୟ ସେବକଙ୍କ ଘରୁ ଆସିଥିବା ଦଶମୂଳକୁ ପତିମହାପାତ୍ର ସେବକ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କୁ ଲାଗି କରାଇଥିଲେ। ସ୍ନାନପୂର୍ଣ୍ଣିମା ଠାରୁ ବନ୍ଦ ଥିବା ଘଣ୍ଟ, କାହାଳୀ, ବାଦ୍ୟ ଶବ୍ଦ ପୁଣି ଶ୍ରୀମନ୍ଦିରରେ ଶୁଣିବାକୁ ମିଳିଛି। ତେବେ ରବିବାର ଦ୍ୱାଦଶୀ ତିଥି ଅବସରରେ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ସ୍ନାନପୂର୍ଣ୍ଣିମାଠାରୁ ଅସୁସ୍ଥ ଥିବା ଶ୍ରୀବିଗ୍ରହ ମାନେ ସୁସ୍ଥ ହୋଇଥିବା ଖବର ଦଇତାପତି ମାନେ ଦ୍ୱାଦଶୀ ତିଥିରେ ରାଜନହରକୁ ଯାଇ ଆଦ୍ୟ ସେବକ ଗଜପତି ମହାରାଜଙ୍କୁ ଜଣାଇବେ। ସେହିପରି ରଥଯାତ୍ରା ସଂପର୍କରେ ମଧ୍ୟ ଗଜପତିଙ୍କୁ ସୂଚନା ପ୍ରଦାନ କରିବେ।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ