ଜନ୍ତର ମନ୍ତର ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ମାମଲା ବୁଧବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ଛାତ୍ରମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଜଣେ ଆଇନଜୀବୀ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତେବେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି କହିଛନ୍ତି ଯେ, କୋର୍ଟଙ୍କ ସମୟ ଏହିପରି ଭାବେ ନଷ୍ଟ କରାଯିବା ଉଚିତ୍ ନୁହେଁ। ଖଣ୍ଡପୀଠ ଆଇନଜୀବୀଙ୍କୁ କହିଛନ୍ତି, ଆପଣ ଆପଣଙ୍କର ଏବଂ ଆମର ସମୟ ନଷ୍ଟ କରୁଛନ୍ତି।

ଆଇନଜୀବୀ କୋର୍ଟଙ୍କୁ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଏନଇଇଟି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ଭାଙ୍ଗିବା ଦାବିରେ ପ୍ରତିବାଦ କରୁଥିଲେ। ସେ କୋର୍ଟଙ୍କର ହସ୍ତକ୍ଷେପ ପାଇଁ ଆବେଦନ କରିଥିଲେ। କୋର୍ଟ ଲାଠିଚାର୍ଜ ଭିଡିଓ ଦେଖିବାକୁ ମଧ୍ୟ ମନା କରିଦେଇଛନ୍ତି। ଶୁଣାଣି ସମୟରେ,ଆଇନଜୀବୀ ପୁଲିସ କାର୍ଯ୍ୟାନୁଷ୍ଠାନର କିଛି ଭିଡିଓ କୋର୍ଟଙ୍କୁ ଦେଖାଇବାକୁ ଅନୁମତି ମାଗିଥିଲେ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଆମେ ଭିଡିଓ ଦେଖିବାକୁ ଆଗ୍ରହୀ ନୁହଁ। ଏପରି କହି ଶୀର୍ଷକୋର୍ଟ ଆବେଦନକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ମଧ୍ୟ ମନା କରିଦେଇଛନ୍ତି।

ପୂର୍ବରୁ ମଙ୍ଗଳବାର ଦିନ, ଦିଲ୍ଲୀ ହାଇକୋର୍ଟ ସଂସଦ ଅଭିମୁଖେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଛାତ୍ରମାନଙ୍କ ବିରୋଧରେ ପୁଲିସର ମାତ୍ରାଧିକ ବଳ ପ୍ରୟୋଗ ସମ୍ପର୍କିତ ଏକ ଆବେଦନକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ମନା କରିଦେଇଥିଲେ। ବୁଧବାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ସମୟରେ ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ଏବଂ ବିଚାରପତି ତେଜସ କାରିଆଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ, ଏସବୁ ମାମଲା ମଧ୍ୟକୁ କୋର୍ଟଙ୍କୁ ଟାଣନ୍ତୁ ନାହିଁ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ