ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପାଇଁ ଘୋଷଣା ହେଲା ରାଷ୍ଟ୍ରପତି ପୁରସ୍କାର । ପୁରସ୍କୃତ ହେବେ ଓଡ଼ିଶାର ୧୯ ପୋଲିସ ।ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ ନିଜର ଦାୟିତ୍ୱ ସମ୍ପାଦନ କରୁଥିବାରୁ ହେବେ ସମ୍ମାନିତ । ନିଜର ଉଲ୍ଲେଖନୀୟ ସେବା ପାଇଁ ୨ ଜଣ ପାଇବେ ରାଷ୍ଟ୍ରପତି ପୁରସ୍କାର । ସୁପରିଟେଣ୍ଡେଣ୍ଟ ସରୋଜ ସାମଲ ଏବଂ କନଷ୍ଟେବଲ ସତ୍ୟବାଦୀ ମଲ୍ଲିକ ରାଷ୍ଚ୍ରପତି ପୁରସ୍କାର ପାଇଁ ମନୋନୀତ ହେଇଛନ୍ତି । ଆଉ ୬ ଜଣ ପୋଲିସ କର୍ମଚାରୀ ସାହସିକତା ପୁରସ୍କାର ପାଇବେ । ଏସ୍‌ଆଇ ଗିରିଶ ଚନ୍ଦ୍ର ମାଝି, ହାବିଲଦାର ପବିତ୍ର କୁମାର ସାହୁ ଏବଂ ହାବିଲଦାର ଉମେଶ ମୁଣ୍ଡା, କନେଷ୍ଟବଳ ପୀତାମ୍ବର ସତନାମି, କବି ଚନ୍ଦ୍ର ରାଉତ, ସୁଶାନ୍ତ କୁମାର ସାଗର ନିଜ ନିଜର ସାହସିକତା ପାଇଁ ପୁରସ୍କୃତ ହେବେ ।

ସେହିଭଳି ନିଜର ପ୍ରସଂଶନୀୟ କାର୍ୟ୍ୟ ପାଇଁ ୧୧ ଜଣ ପୋଲିସଙ୍କୁ ମିଳିବ ପୁରସ୍କାର । ସେମାନେ ହେଉଛନ୍ତି, କନଷ୍ଟେବଲ ପରିତୋଷ ମଣ୍ଡଲ, ଏସ୍‌ଆଇ ଏସ୍‌କେ ଆବଦୁଲ ଫୟଜ୍‌, କଲଷ୍ଟେବଲ ମହମ୍ମଦ ତୋସିଫ ରବାନି, ଏଏସ୍‌ଆଇ ସରତ ଚନ୍ଦ୍ର ବେହେରା, କନଷ୍ଟେବଲ ତ୍ରିଲୋଚନ ବୁଦ୍ଧିଆ, ଏସ୍‌ଆଇ ତେଜ୍‌ ବାହାଦୂର୍‌ ଗୁରୁଙ୍ଗ, ହାବିଲଦାର ଅତୁଲ କୁମାର ବିଶ୍ୱାଳ, ହାବିଲଦାର ଜୟନ୍ତୀ ସୁନା , ହାବିଲଦାର ମନୋଜ କୁମାର ଜେନା, କଲଷ୍ଟେବଲ ନରେଶ କୁମାର ଚୌଧୁରୀ, ହାବିଲଦାର ଦେବ ପ୍ରସାଦ ମହାନ୍ତି ।

ସେହିପରି ଅନ୍ୟରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୩ ଜଣ, ଆସାମରୁ ୧୫ ଜଣ, ବିହାରରୁ ୯ ଜଣ, ଛତିଶଗଡ଼ରୁ ୨୨ ଜଣ , ଦିଲ୍ଲୀରୁ ୨୦ ଜଣ, ଗୋଆରୁ ଜଣେ, ଗୁଜରାଟରୁ ୧୧ ଜଣ, ହରିୟାଣାରୁ ୯ ଜଣ, ଝାଡଖଣ୍ଡ ୧୨ ଜଣ, କର୍ଣ୍ଣାଟକରୁ ୨୧ ଜଣ, କେରଳରୁ ୧୧ ଜଣ, ମଧ୍ୟପ୍ରଦେଶରୁ ୨୧ ଜଣ ପୁରସ୍କୃତ ହେବେ । ମହାରାଷ୍ଟ୍ରରୁ ୪୩ ଜଣ, ମଣିପୁରରୁ ୮ ଜଣ, ମେଘାଳୟରୁ ୩ ଜଣ, ମିଜୋରାମ୍‌ରୁ ୪ ଜଣ, ନାଗାଲାଣ୍ଡରୁ ୪ ଜଣ, ପଞ୍ଜାବ ୧୭ ଜଣ, ରାଜସ୍ଥାନରୁ ୧୭ ଜଣ, ସିକ୍କିମରୁ ୨ ଜଣ, ତାମିଲନାଡୁରୁ ୨୩ ଜଣ, ତେଲେଙ୍ଗାନାରୁ ୧୪ ଜଣ, ତ୍ରିପୁରାରୁ ୭ ଜଣ, ଉତ୍ତରପ୍ରଦେଶରୁ ୯୫ ଜଣ, ଉତ୍ତରାଖଣ୍ଡରୁ ୫ ଜଣ, ପଶ୍ଚିମବଙ୍ଗରୁ ୨୨ ଜଣ ପୋଲିସ ପୁରସ୍କାର ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିପରି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ଆଣ୍ଡାମନ ଓ ନିକୋବରରୁ ୩, ଚଣ୍ଡିଗଡରୁ ୨, ଲଦାଖରୁ ୨, ପୁଡୁଚେରୀରୁ ୩, ଜାମ୍ମୁ ଓ କାଶ୍ମୀରରୁ ୨୭ ଜଣ ପୋଲିସ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

  • Related Posts

    ଇଣ୍ଡିଆ କେମ୍ ୨୦୨୬ରେ ଶିଳ୍ପ ସମ୍ଭାବନା ପ୍ରଦର୍ଶନ କରିବ ଓଡ଼ିଶା

    ଭୁବନେଶ୍ବର: ରାସାୟନିକ ଓ ପେଟ୍ରୋକେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟ ଭାବେ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ସରକାର ନିଜର ଶିଳ୍ପ ସମ୍ଭାବନାକୁ ଜାତୀୟ ମଞ୍ଚରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏଥିପାଇଁ…

    Continue reading
    ଆଜି ଇଣ୍ଡିଆ ମେଣ୍ଟର ଅନଲାଇନରେ ବଡ଼ ବୈଠକ

    ନୂଆଦିଲ୍ଲୀ: ଅନଲାଇନରେ ହେବ ଇଣ୍ଡିଆ ମେଣ୍ଟର ବୈଠକ । ଭୋଟ ଚୋରି ପ୍ରସଙ୍ଗରେ ଆନ୍ଦୋଳନର ରୂପରେଖ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାପ ପକାଇବା ପାଇଁ ଗୁରୁବାର ସନ୍ଧ୍ୟାରେ ଇଣ୍ଡିଆ ମେଣ୍ଟର ଅନଲାଇନ ବୈଠକ ଅନୁଷ୍ଠିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି