ଧର୍ମେନ୍ଦ୍ରଙ୍କ ଇସ୍ତଫାର ଅନ୍ତରାଳେ

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ‘ପନିସମେଣ୍ଟ’ ନୁହେଁ, ବରଂ ଏହା ହେଉଛି ‘ପଲଟିକାଲ ଷ୍ଟ୍ରାଟେଜୀ’ । ସିଜେପି ଆନ୍ଦୋଳନ ଗତିଶୀଳ ହେବାପରେ ଜୁନ୍‌ ୨୫ରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ଚାହିଁଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିଲେ, ମନ୍ତ୍ରୀଙ୍କୁ ବଦଳାଇବା ଅପେକ୍ଷା ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଗୁରୁତ୍ୱପୂର୍ଣ୍ଣ । ତେଣୁ ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିଲା । ଜୁଲାଇ ୨୦ରେ ଯେତେବେଳେ ମନ୍ତ୍ରୀ ପରିଷଦର ଉଚ୍ଚସ୍ତରୀୟ ବୈଠକ ବସିଥିଲା ସେତେବେଳେ ମଧ୍ୟ ଶ୍ରୀ ପ୍ରଧାନ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ସେହି ପ୍ରସ୍ତାବକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଗ୍ରହଣ କରିନଥିଲେ । ଇସ୍ତଫା ସମାଧାନ ନୁହେଁ ବରଂ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କଠୋର ଓ ସଠିକ୍‌ ପଦକ୍ଷେପ ନେବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା ।

କିନ୍ତୁ ସିଜେପି ସହ ଦ୍ୱିତୀୟ ରାଉଣ୍ଡ ବୈଠକ ପରେ ସରକାର କିଛି ଅଲଗା ସଙ୍କେତ ପାଇଥିଲେ । ଯେହେତୁ ସିଜେପି ଧର୍ମେନ୍ଦ୍ରଙ୍କ ଇସ୍ତଫା ପାଇଁ ଅଡି ବସିଥିଲା ଏବଂ ଜୁଲାଇ ୨୦ ରେ ହୋଇଥିବା ‘ଚଲୋ ପାର୍ଲିଆମେଣ୍ଟ’ ପରି ଅନ୍ୟ ଏକ ବଡ଼ ଆନ୍ଦୋଳନ କରିବାକୁ ଧମକ ଦେଉଥିଲା ସରକାର ସେଥିରେ କିଛି ଅଲଗା ଗନ୍ଧ ବାରିପାରିଥିଲେ । ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟ ସରକାରଙ୍କୁ ଏ ବାବଦରେ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଯଦି ପୁଣି ବଡ଼ ଛାତ୍ର ଆନ୍ଦୋଳନ ହୁଏ ତେବେ ହିଂସାକାଣ୍ଡ ଘଟଣା ବଢ଼ିବ ଓ ଦେଶ ବିରୋଧୀ ତତ୍ତ୍ୱ ବେଶୀ ସକ୍ରିୟ ହେବେ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଥିଲା । ଜୁଲାଇ ୨୦ ରୁ ୨୪ ଭିତରେ ଦିଲ୍ଲୀ ପୋଲିସ ୪ ଶହରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲକୁ ଚିହ୍ନଟ କରି ତାକୁ ବ୍ୟାନ କରିଥିଲା । ସବୁ ସ୍ଥିତିକୁ ଆଖିଆଗରେ ରଖି ଶେଷରେ ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ସରକାର ଗ୍ରହଣ କରିଥିଲେ ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ