ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍ ସୁରଜ ପାର୍ଟିର ପ୍ରଶାନ୍ତ କିଶୋର ଆଗୁଆ ରହିଛନ୍ତି । ୬ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ପ୍ରଶାନ୍ତ ୩,୪୦୦ ଭୋଟରେ ଆଗରେ ଚାଲିଛନ୍ତି ପିକେ । ଦ୍ୱିତୀୟରେ ଅଛନ୍ତି ବିଜେପିର ନୀରଜ କୁମାର । ତୃତୀୟରେ ଆରଜେଡିର ରେଖା କୁମାରୀ ରହିଛନ୍ତି । ସେହିପରି ମଧ୍ୟପ୍ରଦେଶ ଦାତିଆ ନିର୍ବାଚନ ମଣ୍ଡଳୀରେ ଜୋରଦାର ଟକ୍କର ହୋଇଛି । ସେହିପରି ଗୁଜରାଟର ମଞ୍ଜଲପୁରରେ କଡା ପ୍ରତିନ୍ଦ୍ୱନ୍ଦିତା ହେଉଛି । ଏହି ୩ଟି ଆସନରେ ଭାତୀୟ ଜନତା ପାର୍ଟିର ପ୍ରତିଷ୍ଠା ବାଜିରେ ଲାଗିଛି । କାରଣ ଏହି ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ଏଥିରେ ବାଙ୍ଗୀପୁର ସବୁଠାରୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଯେଉଁଠାରେ ପ୍ରଶାନ୍ତ କିଶୋର ଆଗୁଆ ଅଛନ୍ତି । ଜନସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତି କିଶୋର ଦୃଢ ନେତୃତ୍ୱ ବଜାୟ ରଖିଛନ୍ତି । ଦଳୀୟ କର୍ମୀ ସେଲିବ୍ରେସନ୍ ଆରମ୍ଭ କରି ଦେଇଛନ୍ତି । ମଧ୍ୟପ୍ରଦେଶର ଦାତିଆ ଆସନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ଚାଲିଛି । ଗୁଜରାଟର ମାଞ୍ଜଲପୁର ଆସନରେ ବିଜେପିର ସତୀଶ ପଟେଲଙ୍କ ବିଜୟ ନିଶ୍ଚତ ବୋଲି ଚର୍ଚ୍ଚା ହେଉଛି ।

ବାଙ୍କୀପୁରରେ ଜନସୁରଜ ପାର୍ଟି ପ୍ରଶାନ୍ତ କିଶୋର ଏବଂ ବିଜେପି ପ୍ରାର୍ଥୀ ନୀରଜ ସିହ୍ନାଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି । ଏହା ସହିତ କଂଗ୍ରେସର ରେଖାଙ୍କ ସମେତ ମୋଟ୍ ୨୩ ଜଣ ଅନ୍ୟ ପ୍ରତିନ୍ଦ୍ବନ୍ଦୀ ମୈଦାନରେ ଅଛନ୍ତି । ସେହିପରି ଦାତିଆରେ ବିଜେପି ନେତା ଆଶୁତୋଷ ତିୱାରୀ ଏବଂ କଂଗ୍ରେସର ଘନଶ୍ୟାମ ସିଂହଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି । ଆଜାଦ ସମାଜ ପାର୍ଟି ଦାମୋଦର ସିଂହ ଯାଦବଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ ତ୍ରୀକୋଣୀୟ ଲଢେଇ ହୋଇଛି । ଏହାଛଡା ମୈଦାନରେ ୧୮ ପ୍ରାର୍ଥୀ ରହିଛନ୍ତି ।

କହି ରଖୁଛି କି, ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟର ତିନୋଟି ବିଧାନସଭା ଆସନ ପାଇଁ ଜୁଲାଇ ୩୦ ତାରିଖରେ ଅନୁଷ୍ଠିତ ଉପନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିହାରର ବାଙ୍କୀପୁରରେ ଆଗୁଆ ଅଛନ୍ତି । ମଧ୍ୟପ୍ରଦେଶର ଦାତିଆରେ କଂଗ୍ରେସ ପ୍ରାର୍ଥୀ ସାମାନ୍ୟ ଆଗରେ ଥିବା ବେଳେ ଗୁଜରାଟର ମଞ୍ଜଲପୁରରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି । ବାଙ୍କୀପୁର ଆସନକୁ ବିଜେପି ସଭାପତି ନୀତିନ ନବୀନଙ୍କ ପାରମ୍ପରିକ ଆସନ ବୋଲି ବିବେଚନା କରାଯାଏ । ସେ ଏହି ଆସନରୁ ଲଗାତାର ୫ଟି ନିର୍ବାଚନରେ ବିଜୟୀ ହୋଇଛନ୍ତି । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା ।

  • Related Posts

    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading
    ବନ୍ୟା ସ୍ଥିତିକୁ ନେଇ ସାଂସଦ ବିଧାୟିକା ମୁଁହାମୁଁହି

    ଯାଜପୁର: ବନ୍ୟା ପରିସ୍ଥିତିକୁ ନେଇ ବିଂଝାରପୁର ବ୍ଲକ କାର୍ଯ୍ୟାଳୟରେ ମୁଁହାମୁଁହି ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ବିଧାୟିକା ପ୍ରମିଳା ମଲ୍ଲିକ । ଖରସ୍ରୋତା ନଦୀରେ ବନ୍ୟା ଯୋଗୁ ବିଂଝାରପୁର ବ୍ଲକ ଅନେକ ପଂଚାୟତ କ୍ଷତିଗ୍ରସ୍ତ ହେଇଛି । ବନ୍ୟା ଜଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ