‘ଗୋଟେ ଦିନ ମୋ ଗାଁ ପାଇଁ’ କାର୍ଯ୍ୟକ୍ରମରେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଯୋଗଦାନ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ

ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ପଂଚାୟତ ଚାଲିଥିବା ‘ଗୋଟେ ଦିନ ମୋ ଗାଁ ପାଇଁ’ ଅଭିଯାନରେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ ଯୋଗଦେଇ ପରିବେଶ ପରିଚ୍ଛନ୍ନତା ଓ ଜନସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗ୍ରାମରେ ପରିଚ୍ଛନ୍ନତା, ସ୍ୱଚ୍ଛତା ଓ ଜନସହଭାଗିତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ଏପରି କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି କହିଥିଲେ।
ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ରାଇକିଆସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଛାତ୍ରୀମାନଙ୍କ ରହଣି, ଖାଦ୍ୟ ବ୍ୟବସ୍ଥା ଓ ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। ସେ ଛାତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରି ସେମାନଙ୍କର ପାଠପଢ଼ା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ଜି. ଉଦୟଗିରି ବିଧାୟକ ମନୋଜ ପ୍ରଧାନ, ରାଇକିଆ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ, ନାୟବ ସରପଞ୍ଚ ନିଥନିଏଲ ନାୟକ,କୈଳାଶ ଚନ୍ଦ୍ର ପଣ୍ଡା, ଅଭିମନ୍ୟୁ ପଣ୍ଡା, ବାବୁଲା ପଟ୍ଟନାୟକଙ୍କ ସମେତ ବହୁ ସ୍ଥାନୀୟ ପ୍ରତିନିଧି ଉପସ୍ଥିତ ରହିଥିଲେ। ସମସ୍ତେ ମିଳି ମିଶି ଗ୍ରାମବାସୀଙ୍କୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସରକାରୀ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading
    ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବାଣ୍ଟିଲେ ପୋଲିସ କମିଶନର

    ଖୋର୍ଦ୍ଧା: ବନ୍ୟା ପ୍ରଭାବିତ ଅଂଚଳରେ ପୋଲିସ କମିଶନରଙ୍କ ରିଲିଫ ବଣ୍ଟନ। ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଟିଙ୍କିପଡା ଗାଁରେ ରିଲିଫ ବଣ୍ଟନ କରିଛନ୍ତି। ଏହି ଅବସରରେ ବନ୍ୟା ପ୍ରଭାବିତଙ୍କ ସହ ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ