ମେଡିକାଲରୁ କଏଦୀ ଚମ୍ପଟ ଘଟଣା ,ଜଣେ ଜେଲ କର୍ମଚାରୀ ସସପେଣ୍ଡ୍

ସୁନ୍ଦରଗଡ଼ : ସୁନ୍ଦରଗଡ ମେଡିକାଲରୁ ବିଚାରାଧୀନ କଏଦୀ ଚମ୍ପଟ ଘଟଣା । ୫ ଦିନ ପରେ ବି ଫେରାର ବିଚାରଧୀନ କଏଦୀଙ୍କ ମିଳୁନି ପତ୍ତା । କୁଆଡେ ଗଲା ଫେରାର କଏଦୀ ଟେକଚାନ୍ଦ ବେହେରା ?, ତାର ଟେର ପାଉନି ପୁଲିସ । ଏହାରି ଭିତରେ ବଡ ସୁରାକ୍ ସାମ୍ନାକୁ ଆସିଛି । ୨୫ ତାରିଖ ରାତିରେ ମେଡିକାଲରୁ କଏଦୀ ଫେରାର ହୋଇଥିଲା । ଆଉ ସେହି ଦିନ ରାତିରେ ନିଜ ଘରେ ପହଞ୍ଚି ସ୍ତ୍ରୀକୁ ଧରି ଫେରାର ହୋଇଯାଇଥିଲା । ଏହା ପୂର୍ବରୁ ସ୍ତ୍ରୀ ସହ ଫୋନ ଯୋଗେ କଥା ହୋଇଥିଲା ଫେରାର ସ୍ବାମୀ । କେହି ଜଣେ ତାଙ୍କୁ ଫେରାର ସ୍ବାମୀଙ୍କ ସମ୍ପର୍କରେ ପଚାରୁଥିବା ବେଳେ ଭିଡିଓ କରିଛନ୍ତି ।

ସେପଟେ ଫେରାର କଏଦୀ ଟେକଚାନ୍ଦ ବେହେରାକୁ ଧରିବାକୁ ପୁଲିସର ୪ଟି ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ତେବେ ଗତ ୨୫ ତାରିଖରେ ଚିକିତ୍ସା ପାଇଁ ଆସିଥିବା ବେଳେ ଶୌଚ ଯିବା ବାହାନା କରି ଚମ୍ପଟ ମାରିଥିଲା କଏଦୀ । କଏଦୀ ଜଣକ ସୁନ୍ଦରଗଡ ସଦର ଥାନା ରୁପାବାହାଲ ଗାଁ ର ଟେକଚାନ୍ଦ ବେହେରା । ସେ ହତ୍ୟା ଅଭିଯୋଗରେ ଗତ ଏପ୍ରିଲ ମାସରୁ ଜେଲରେ ଥିଲା । ବିରାରାଧିନ କଏଦୀ ଫେରାର ଘଟଣାରେ କଏଦୀକୁ ଜଗିଥିବା ଜଣେ ଜେଲ କର୍ମଚାରୀଙ୍କୁ ନିଳମ୍ବନ କରାଯାଇଛି ।
ତେବେ ଏହା ନୂଆ ଖବର ନୁହେଁ ବିଭିନ୍ନ ଜେଲରୁ କଏଦୀ ଚମ୍ପଟ ଘଟଣା ଜେଲ୍ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୁର୍ଦ୍ଦାନ୍ତ ଅପରାଧୀଙ୍କଠାରୁ ଆରମ୍ଭ କରି ଛୋଟ ଅପରାଧୀ ଫେରାର ହୋଇଯାଉଛନ୍ତି। । ଯାହା ପୁଲିସ ପାଇଁ ଚ୍ୟାଲେଞ୍ଚ ପାଲଟିଛି । ଏନେଇ ପୁଲିସର ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ।

  • Related Posts

    ଧରା ପଡ଼ିଲେ ୪ ଚୋର, ୯ଛେଳି ଓ ୨ଟି କାର ଜବତ

    ନିମାପଡ଼ା : ଶୁକ୍ରବାର ରାତ୍ରରେ ଚାରିଛକ ଥାନା ଅନ୍ତର୍ଗତ ଚଉରାଶି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଗୁହାଳରୁ ଛେଳି ଚୋରୀ କରି ୨ଟି କାରରେ ନେବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଛନ୍ତି ୪ ଛେଳି ଚୋର। ଗ୍ରାମବାସୀ ମାନେ ଛେଳି ଚୋରଙ୍କୁ…

    Continue reading
    ଓଏଭି ରାଇକିଆରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

    ‘ସମସ୍ତଙ୍କ ପାଇଁ କ୍ରୀଡ଼ା’ ବାର୍ତ୍ତା ନେଇ ସଚେତନତା ରାଲି ରାଇକିଆ-୨୯-୨୬-ମହାନ ହକି ଖେଳାଳି ତଥା ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଇକିଆ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ