ଏନକ୍ଲୋଜରରୁ ମୁକ୍ତ ହେବ ବାଘୁଣୀ ‘ଜିନ୍ନତ୍’

ବାରିପଦା: ଶିମିଳିପାଳରେ ମୁକ୍ତ ଭାବେ ବିଚରଣ କରିବ ‘ଜିନ୍ନତ’ । ବିନା ଟ୍ରାଙ୍କୁଲାଇଜରେ ଖୋଲାଯିବ ରେଡ଼ିଓ କଲାର । ଶିମିଳିପାଳ ଅଭୟାରଣ୍ୟର ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନିଜ ବାସସ୍ଥଳୀ ଗଢ଼ିବା ସହ ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ମହାବଳ ବାଘୁଣୀ ‘ଜିନ୍ନତ୍’ ଉପରୁ ଏବେ ନଜର ହଟାଇ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି ବନ ବିଭାଗ । ବର୍ଷା ଋତୁ ପରେ ବିଚାର ବିମର୍ଶ କରି ବାଘୁଣୀ ‘ଜିନ୍ନତ୍’କୁ ସ୍ଥାୟୀ ଭାବରେ ଏନକ୍ଲୋଜରରୁ ମୁକ୍ତ କରିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ‘ଜିନ୍ନତ୍’ ଶିମିଳିପାଳରେ ସଫଳତାର ସହ ସ୍ଥିର ରହିବା ସହ ଶିମିଳିପାଳର ଅନ୍ୟ ବାଘମାନଙ୍କ ଭଳି ସାଧାରଣ ବିଚରଣ କରୁଥିବାରୁ ଏଭଳି ନିଷ୍ପତ୍ତି ନେବାକୁ ଯାଉଛନ୍ତି କର୍ତ୍ତୃପକ୍ଷ । କିନ୍ତୁ ବାଘୁଣୀ ଯମୁନା ଉପରେ ରହିବ ନଜର ।

ସବୁଠାରୁ ବଡ଼ କଥା ହେଉଛି ବିନା ଟ୍ରାଙ୍କୁଲାଇଜରେ ଖୋଲିବ କଲାର। ଏହି ରେଡିଓ କଲାରକୁ ରିମୋଟ୍ ଜରିଆରେ ସ୍ୱୟଂଚାଳିତ ଭାବେ ବାହାର କରାଯିବ । ଫଳରେ ବାଘୁଣୀକୁ ନିଶ୍ଚେତକ ଦେବାର ଆବଶ୍ୟକତା ପଡ଼ିବ ନାହିଁ। ପରେ ବନ କର୍ମଚାରୀମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରିବେ । ଶିମିଳିପାଳରେ ମହାବଳ ବାଘ ସଂଖାରେ ବୃଦ୍ଧି ସହିତ କଳାବାଘ ସଂଖ୍ୟାରେ ନିୟନ୍ତ୍ରଣ ପାଇଁ ଏଭଳି ଏକ ନିଷ୍ପତ୍ତି ନିଆଯାଇଥିଲା ଯାହା ସମ୍ପୂର୍ଣ୍ଣ ଭାବେ ସଫଳତା ଆଡ଼କୁ ଗତି କରୁଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ରର ତାଡୋବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ୨୦୨୪ମସିହାରେ ପ୍ରଥମେ ଯମୁନା ଏବଂ ପରେ ‘ଜିନ୍ନତ୍’କୁ ଶିମିଳିପାଳ ଅଣାଯାଇଥିଲା । ନଭେମ୍ବର ୨୦୨୪ରେ ଶିମିଳିପାଳ ଆସିଥିଲା ‘ଜିନ୍ନତ୍’। ସେତେବେଳକୁ ତାକୁ ୪ବର୍ଷ ବୟସ ହୋଇଥିଲା । ‘ଜିନ୍ନତ୍’ ଗତ ମେ’ ୨୦୨୬ରେ ୪ଟି ଶାବକଙ୍କୁ ଜନ୍ମ ଦେଇ ରାଜ୍ୟ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଦେଇଛି। ଅପରପକ୍ଷରେ, କୁଲଡିହା ଜଙ୍ଗଲରେ ଥିବା ଅନ୍ୟତମ ବାଘୁଣୀ ‘ଯମୁନା’ ଏ ପର୍ଯ୍ୟନ୍ତ ବଂଶବୃଦ୍ଧି କରିନଥିବାରୁ ତା’ ଉପରେ ପୂର୍ବଭଳି ରେଡିଓ କଲାର ମାଧ୍ୟମରେ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ (ଏସଟିଆର) କ୍ଷେତ୍ର ନିର୍ଦ୍ଦେଶକ ଡ଼ା. ପ୍ରକାଶ ଚାନ୍ଦ ଗୋଗିନେନୀ।

  • Related Posts

    ଧରା ପଡ଼ିଲେ ୪ ଚୋର, ୯ଛେଳି ଓ ୨ଟି କାର ଜବତ

    ନିମାପଡ଼ା : ଶୁକ୍ରବାର ରାତ୍ରରେ ଚାରିଛକ ଥାନା ଅନ୍ତର୍ଗତ ଚଉରାଶି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଗୁହାଳରୁ ଛେଳି ଚୋରୀ କରି ୨ଟି କାରରେ ନେବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଛନ୍ତି ୪ ଛେଳି ଚୋର। ଗ୍ରାମବାସୀ ମାନେ ଛେଳି ଚୋରଙ୍କୁ…

    Continue reading
    ଓଏଭି ରାଇକିଆରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

    ‘ସମସ୍ତଙ୍କ ପାଇଁ କ୍ରୀଡ଼ା’ ବାର୍ତ୍ତା ନେଇ ସଚେତନତା ରାଲି ରାଇକିଆ-୨୯-୨୬-ମହାନ ହକି ଖେଳାଳି ତଥା ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଅବସରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଇକିଆ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ