ବଜେଟ୍‌ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି: ପ୍ରସନ୍ନ ଆଚାର୍ୟ୍ୟ

ଭୁବନେଶ୍ବର : ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ସମେତ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ। ଆଜି ଗଣମାଧ୍ୟମରେ ବଜେଟ୍‌ ନେଇ ନିଜ ପ୍ରତିକ୍ରିୟା ରଖି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ଚଳିତ ବଜେଟ୍‌ରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି । ପ୍ରଧାନମନ୍ତ୍ରୀ କହୁଛନ୍ତି ପୂର୍ବୋଦୟ ହେବ ଓଡ଼ିଶା । ହେଲେ ଓଡ଼ିଶାକୁ ଅସ୍ତ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଦେଇ ଓଡ଼ିଶାକୁ ଅବହେଳା କରାଯାଇଛି।

ରାଜନୈତିକ ଉଦ୍ଦେଶ୍ୟରେ ବିହାରକୁ ଦେଇ ଓଡ଼ିଶାକୁ ଅବହେଳା କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ କଣ ଓଡ଼ିଶା ଅଧିକ ପାଇଛି କି? ଏହା ଓଡ଼ିଶା ପ୍ରତି ଅନ୍ୟାୟ। ବଜେଟ ଖସଡ଼ାରେ ଓଡ଼ିଶା ପାଇଁ କିଛି ମିଳିନି। ବିହାର, ଆନ୍ଧ୍ର ପାଇଁ ମିଳିଗଲା। ଓଡ଼ିଶା ପାଇଁ ଏତେ ବୈମାତୃକ ମନୋଭାବ କାହିଁକି? ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ।
ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶାରେ ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇଟି ବଡ଼ ସମାରୋହ କରାଗଲା। ପ୍ରବାସୀ ଭାରତୀୟ ସମ୍ମିଳନୀ ଏବଂ ଡିଜିପି ସମ୍ମିଳନୀ। ଦୁଇ ସମାରୋହରେ ଓଡ଼ିଶା କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କଲା। କିନ୍ତୁ ଓଡ଼ିଶା ପାଇଲା କଣ? ବଜେଟରେ ଅନ୍ୟ ରାଜ୍ୟକୁ ଗୁରୁତ୍ବ ମିଳିଲା, ହେଲେ ଓଡ଼ିଶା ପୁଣି ଅବହେଳାର ଶିକାର ହେଲା।

  • Related Posts

    ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

    ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

    Continue reading
    ଆଦିବାସୀଙ୍କ ଐତିହ୍ୟ ସୁରକ୍ଷା ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଂକଳ୍ପବଦ୍ଧ

    ଶଙ୍ଖ ଭବନରେ ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ ଯୋଗଦେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର,: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ