ଓଟିଇଟି ଫଳ ପ୍ରକାଶ; ପାସ୍‌ହାର ୬୪.୪୮%

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ବୁଧବାର ପ୍ରକାଶ ପାଇଛି। ଚଳିତ ବର୍ଷ ୫୩,୩୧୪ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୬୪.୪୮% ରହିଛି। ବୋର୍ଡ ୱେବ୍‌ସାଇଟ୍‌ (www.bseodisha.nic.inରେ ଫଳ ଉପଲବ୍ଧ ହୋଇଛି। ଏହି ପରୀକ୍ଷା ଜୁଲାଇ ୫ରେ ଅନୁଷ୍ଠିତ ହୋଇଥିଲା। ମୋଟ୍‌ ୯୭,୧୫୧ ପ୍ରାର୍ଥୀ ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରିଥିଲେ। ପେପର-୧ ଲାଗି ୨୮,୮୨୧ ପ୍ରାର୍ଥୀ ଫର୍ମପୂରଣ କରିଥିବା ବେଳେ ୨୫,୯୯୧ ଜଣ ପରୀକ୍ଷା ଦେଇଥିଲେ। ୩୮୦ଜଣ ଅନୁପସ୍ଥିତ ରହିଥିଲେ। ତନ୍ମଧ୍ୟରୁ ୧୭,୦୬୫ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୬୮.୨୮% ରହିଛି। ସେହିପରି ପେପର-୨ରେ ୬୮,୩୩୦ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ତନ୍ମଧ୍ୟରୁ ୫୯,୭୪୦ ପରୀକ୍ଷା ଦେଇଥିବା ବେଳେ ୮୫୯୦ ଜଣ ଅନୁପସ୍ଥିତ ରହିଥିଲେ। ଉଭୟ ପେପରରେ ମୋଟ୍‌ ୫୩,୩୧୪ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍‌ ହାର ୬୪.୪୮% ରହିଛି। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ସ୍ଥିରୀକୃତ ଦେୟ ପୈଠ କରି ବୋର୍ଡ ୱେବ୍‌ସାଇଟ୍‌ରୁ ପ୍ରମାଣପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ଯେଉଁମାନେ କୃତକାର୍ଯ୍ୟ ହୋଇନାହାନ୍ତି; ସେମାନେ ​‌େ​ସପ୍ଟେମ୍ବର ୫ରୁ ୧୨ ତାରିଖ ମଧ୍ୟରେ ଓଏମଆର ସିଟ୍‌ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରେଇ ସୂଚନା ଦେଇଛନ୍ତି।

  • Related Posts

    ଚନ୍ଦ୍ରିକା ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

    କଟକ: ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ସାକ୍ଷୀମାନଙ୍କୁ…

    Continue reading
    ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଜେଲ୍‌

    ଢେଙ୍କାନାଳ:ସରକାରୀ ଅର୍ଥ ଆତ୍ମସାତ୍‌ ଓ ଦୁର୍ନୀତି ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳଙ୍କ ସମେତ ୩ ଜଣଙ୍କୁ ଆଜି (୦୩.୦୯.୨୦୨୬) ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ବିଶେଷ ଭିଜିଲାନ୍ସ ଆଦାଲତ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ: ନିତ୍ୟାନନ୍ଦ ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ