ଦେବଗଡକୁ ସ୍ବଚ୍ଛ ସୁନ୍ଦର ଜିଲ୍ଲା ଭାବରେ ପରିଣତ କରିବା ପାଇଁ ଆହ୍ବାନ: ଧର୍ମେନ୍ଦ୍ର

ଦେବଗଡ ଜିଲ୍ଲାରେ ୭ଟି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ : ମନ୍ତ୍ରୀ ସ୍ବାଇଁ

ଦେବଗଡ଼:ଦେବଗଡର ପ୍ରସିଦ୍ଧ ଗଣେଶ ପୂଜାରେ ଆଜି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ସାଂସଦ ଶ୍ରୀ ପ୍ରଧାନ ଓ ମନ୍ତ୍ରୀ ସ୍ବାଇଁଙ୍କୁ ଗଣେଶ ପୂଜା ଅବସରରେ କରାଯାଇଥିବା ମୁଖ୍ୟତୋରଣରେ କମିଟୀ ପକ୍ଷରୁ ସ୍ବାଗତ କରାଯାଇଥିଲା।ଏହାପରେ ଶ୍ରୀ ପ୍ରଧାନ ଓ ଶ୍ରୀ ସ୍ବାଇଁ ପୂଜା ମଣ୍ଡପରେ ମହାପ୍ରଭୁ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସହିତ ଆଳତୀ କରିବାପରେ କମିଟୀ ପକ୍ଷରୁ ମଣ୍ଡପ ଚତୁଃପାର୍ଶରେ କରାଯାଇଥିବା ପୌରାଣିକ ଏବଂ ସାମାଜିକ ଚେତନା ଭରା କଳାକୁଞ୍ଜ ବୁଲି ଦେଖିଥିଲେ।ଏହାସହିତ ଶ୍ରଦ୍ଧାଳମାନଙ୍କୁ ଅନ୍ନଭୋଗ ବଣ୍ଟନ କରିଥିଲେ। ସ୍ଥାନୀୟ ଗୋପବନ୍ଧୁ ଛକର ସାଂସ୍କୃତିକ ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପ୍ରଧାନ ଯୋଗ ଦେଇ ସର୍ବଧର୍ମ ସମନ୍ୱୟର ପର୍ବ ଦେବଗଡର ସାର୍ବଜନୀନ ଗଣେଶ ପୂଜା ବେଶ ନିଆରା ବୋଲି କହିବା ସହିତ ଓଡ଼ିଶାର ଇତିହାସ ଓ ଦେଶ ସ୍ବତନ୍ତ୍ରତା ସଂଗ୍ରାମରେ ଦେବଗଡ଼ର ବିଶେଷ ସ୍ଥାନ ଅଛି।ଭାଷାଭିଭିରେ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶଗଠନ କରିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ।ଶ୍ରୀ ଗଣେଶଙ୍କ ସ୍ଥାୟୀ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ନିକଟରରୁ ଅର୍ଥ ମଞ୍ଜୁର ହୋଇଥିବା ସହ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ମ୍ୟୁଜିୟମ କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହାସହିତ ଦେବଗଡକୁ ସ୍ବଚ୍ଛ ସୁନ୍ଦର ଜିଲ୍ଲା ଭାବରେ ପରିଣତ କରିବା ପାଇଁ ସାଂସଦ ଶ୍ରୀ ପ୍ରଧାନ ଆହ୍ବାନ କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ବାଇଁ ଦେବଗଡର ସାର୍ବଜନୀନ ଗଣେଶ ପୂଜା ବେଶ ନିଆରା ବୋଲି କହିବା ସହ ଦେବଗଡ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ କ୍ଷେତ୍ରରେ ୭ଟି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ସରକାର ନିଷ୍ପତି ନେଇଥିବା ସୂଚନା ଦେଇଥିଲେ। ଏହି ଅବସରରେ କମିଟି ପକ୍ଷରୁ ୮ ଜଣଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଏସପି କିଶୋର ଚନ୍ଦ୍ର ମୁଣ୍ଡ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ,ପୂର୍ବ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ପ୍ରଦୀପ ସାହୁ ଅନ୍ୟତମ ଅତିଥି ଭାବେ ‌ଉପସ୍ଥିତ ଥିଲେ। କମିଟିର ଉପଦେଷ୍ଟା ଉମାଶଙ୍କର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ସାଂସ୍କୃତିକ ସଂପାଦକ ସୁଜିତ ପାତ୍ର ଧନ୍ୟବାଦ ଦେଇଥିଲେ।

  • Related Posts

    ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

    ଭୁବନେଶ୍ବର: ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଜାତୀୟସ୍ତରର ସମ୍ମାନ । ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ପବନ ଶକ୍ତି କ୍ଷେତ୍ରରେ ନିବେଶଜନିତ ବିପଦ ହ୍ରାସ ଓ ନେତୃତ୍ୱ ପାଇଁ ରାଜ୍ୟକୁ ‘ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ’ ପୁରସ୍କାର ପ୍ରଦାନ…

    Continue reading
    +୨ ପରୀକ୍ଷା: ବଢ଼ିଲା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧି

    ଭୁବନେଶ୍ବର: ଓଡ଼ିଶା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ବାର୍ଷିକ ଯୁକ୍ତ ଦୁଇ (+2) 2027 ପରୀକ୍ଷା ପାଇଁ ଏକ୍ସ-ରେଗୁଲାର (Ex-Regula) ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରିଛି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ