ପାଣିଟାଙ୍କି ଉପରୁ ଠେଲି ହତ୍ୟା

ରାଉରକେଲା: ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ଯୁବତୀଙ୍କୁ ନେଇ ସୃଷ୍ଟି ହୋଇଥିବା ଏକତରଫା ଈର୍ଷାରୁ ଏହି ନୃଶଂସ କାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ମୃତ ଯୁବକଜଣକ ଲାଠିକଟାର ଅଭିଷେକ ମଲ୍ଲିକ ହୋଇଥିବା ବେଳେ ଅଭିଯୁକ୍ତ ବନ୍ଧୁ ହେଉଛନ୍ତି ୨୫ ବର୍ଷିୟ କୁନା ଦାସ।

ସୂଚନାଯୋଗ୍ୟ ଯେ, ଅଭିଷେକ ଓ କୁନା ଉଭୟ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ ଯୁବତୀଜଣକ ଅଭିଷେକଙ୍କ ପ୍ରତି ଅଧିକ ଆକୃଷ୍ଟ ଥିବାରୁ କୁନା ତାଙ୍କୁ ସହ୍ୟ କରିପାରି ନ ଥିଲେ ଏବଂ ମନରେ ପ୍ରତିଶୋଧ ଓ ଈର୍ଷାଭାବ ରଖିଥିଲେ। ନୂଆଖାଇ ଦିନ ଲାଠିକଟା ବ୍ଲକ ଛକ ନିକଟ ତ୍ରିନାଥ କଲୋନୀରେ ଥିବା ଏକ ନିର୍ମାଣାଧୀନ ପାଣିଟାଙ୍କି ଉପରକୁ ଉଭୟ ବନ୍ଧୁ ଯାଇ ମଦ୍ୟପାନ କରିଥିଲେ। ସେଠାରେ ସମ୍ପୃକ୍ତ ଯୁବତୀଙ୍କୁ ନେଇ ଦୁହିଁଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା।

ଏହି ବାକ୍‌ଯୁଦ୍ଧ ସମୟରେ ଉତ୍ତ୍ୟକ୍ତ ହୋଇ କୁନା, ଅଭିଷେକଙ୍କୁ ପ୍ରାୟ ୪୦ ଫୁଟ ଉଚ୍ଚ ପାଣିଟାଙ୍କି ଉପରୁ ତଳକୁ ଠେଲି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତଳେ ପଡ଼ିଯିବା ଫଳରେ ଅଭିଷେକଙ୍କର ମୃତ୍ୟୁ ଘଟିଥିଲା। ବୁଧବାର ପୁଲିସ ଅଭିଷେକଙ୍କ ମୃତଦେହ ଉଦ୍ଧାର କରି ସନ୍ଦେହ ଆଧାରରେ କୁନାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପୋଲିସର ଜେରା ଆଗରେ କୁନା ତାଙ୍କ ଅପରାଧ ସ୍ୱୀକାର କରିବା ପରେ ଗୁରୁବାର ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

  • Related Posts

    ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

    ଭୁବନେଶ୍ବର: ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଜାତୀୟସ୍ତରର ସମ୍ମାନ । ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ପବନ ଶକ୍ତି କ୍ଷେତ୍ରରେ ନିବେଶଜନିତ ବିପଦ ହ୍ରାସ ଓ ନେତୃତ୍ୱ ପାଇଁ ରାଜ୍ୟକୁ ‘ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ’ ପୁରସ୍କାର ପ୍ରଦାନ…

    Continue reading
    +୨ ପରୀକ୍ଷା: ବଢ଼ିଲା ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧି

    ଭୁବନେଶ୍ବର: ଓଡ଼ିଶା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ବାର୍ଷିକ ଯୁକ୍ତ ଦୁଇ (+2) 2027 ପରୀକ୍ଷା ପାଇଁ ଏକ୍ସ-ରେଗୁଲାର (Ex-Regula) ପରୀକ୍ଷାର୍ଥୀଙ୍କ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖକୁ ବୃଦ୍ଧି କରିଛି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ