ଶାରଦୀୟ ପୂଜା ଓ ମା’ ବନଦୁର୍ଗାଙ୍କ ଜନ୍ମୋତ୍ସବ ପାଇଁ ବୈଠକ

ରାଇକିଆ: ଆଗାମୀ ଶାରଦୀୟ ପୂଜା ଏବଂ ମା’ ବନଦୁର୍ଗାଙ୍କ ଜନ୍ମୋତ୍ସବ ପାଳନ ନେଇ ରାଇକିଆ ପୂଜା କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ମା’ ବନଦୁର୍ଗା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ପୂଜାକୁ ଶୃଙ୍ଖଳିତ ଓ ଭକ୍ତିମୟ ପରିବେଶରେ ପାଳନ କରିବା ସହ ଆୟୋଜନର ବିଭିନ୍ନ ଦିଗ ନେଇ ବୈଠକରେ ଆଲୋଚନା କରାଯାଇଥିଲା।ବୈଠକରେ ପୂଜା କମିଟି ସଭାପତି ସତ୍ୟବାନ ପାତ୍ର, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଲେଙ୍କା, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡାଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତ ଥିଲେ। ଏଥିସହ ଦୁର୍ଯ୍ୟୋଧନ ଲେଙ୍କା, ସୁଶୀଳ ତ୍ରିପାଠୀ, ରାଜମୋହନ ଦିଗାଳ, ଅଭିମନ୍ୟୁ ପଣ୍ଡା, ନାରାୟଣ ପାତ୍ର, ମିଟୁ ବିଶ୍ୱାଳ, ସନ୍ତୋଷ ସାହୁ ଓ ଚିଣ୍ଟୁ ପାଣିଗ୍ରାହୀ ଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଯୋଗଦେଇଥିଲେ।
ଚଳିତବର୍ଷ ପୂଜା ଅବସରରେ ଭକ୍ତଙ୍କ ସମାଗମ, ପୂଜା ପରିଚାଳନା, ମନ୍ଦିର ପରିସରରେ ଶୃଙ୍ଖଳା ବଜାୟ ରଖିବା ଓ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପାଦନ କରିବା ନେଇ ସଦସ୍ୟମାନେ ମତ ରଖିଥିଲେ। ଗ୍ରାମବାସୀଙ୍କ ସହଯୋଗ ଓ ସହଭାଗିତାରେ ଶାରଦୀୟ ପୂଜା ଏବଂ ମା’ ବନଦୁର୍ଗାଙ୍କ ଜନ୍ମୋତ୍ସବକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ଆହ୍ବାନ ଦିଆଯାଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ସାମିଲ୍‌ ହେବେ ଯୁବ ଭୋଟର : ଅକ୍ଟୋବର ୭ରୁ ତିନିଦିନିଆ ଅଭିଯାନ

    ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ କରିପାରିବେ ଆବେଦନ ଭୁବନେଶ୍ୱର, ୬ ।୧୦ : ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା…

    Continue reading
    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ