ପରିବର୍ତ୍ତନ ହେବ ମୋ ବସ୍‌ର ନାମ

ଭୁବନେଶ୍ୱର: ମୋ ବସ୍‌ର ନାମ ପରିବର୍ତ୍ତନ ହେବ । ଏଣିକି ମୋ ଜାଗାରେ ଆମ ବସ୍‌ ଲେଖାଯିବ । ଖୁବ୍‌ଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ମୋ ଏକ ଅହଙ୍କାର ଶବ୍ଦ । ତେଣୁ ମୋ ବଦଳରେ ଆମ ଲେଖିଲେ ଏହା ଶୋଭାପାଇବ ।
ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି , ମୋ ବସ୍‌ ନାମକରଣ ମୋତେ ବିଚଳିତ କରିଛି । ମୋ ପରିବର୍ତ୍ତେ ଆମର ଲେଖିବାକୁ ମୁଁ ଜରୁରି ମନେ କରୁଛି । ଏନେଇ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପର୍ୟ୍ୟାୟ କ୍ରମେ ଷ୍ଟିକର ବଦଳାଯିବ । ଏହା ସହ ଡିପୋରୁ ଆସୁଥିବା ନୂଆ ବସ୍‌ର ନାମକରଣ ଏକା ଥରେ ହୋଇଆସିବ । ବାରମ୍ବାର ଦୁର୍ଘଟଣାକୁ ନେଇ ମଧ୍ୟ ସେ ମତ ରଖିଛନ୍ତି । ସେ କହିଛନ୍ତି, ଅନେକ ସମୟରେ ମୋ ବସ୍‌ରେ ଅନ୍ୟ ଗାଡ଼ି ଦୁର୍ଘଟଣା ଘଟାଉଛି । ବଡ଼ ଗାଡି ହୋଇଥିବାରୁ ମୋ ବସ୍‌ ଦୋଷ ମୁଣ୍ଡାଉଛି । ତେଣୁ ବସ୍‌ର ଚାରିପାଖରେ କ୍ୟାମେରା ଲଗାଯିବାକୁ ବ୍ୟବସ୍ଥା କରାଯାଉଛି । ଏଭଳି ଦୁର୍ଘଟଣା ଜନିତ ସମସ୍ୟା ପାଇଁ ଏଡିଏଏସ୍‌ ଚିପ ଲାଗିବ ଯାହା ଦୁର୍ଘଟଣାକୁ ୬୦ରୁ ୭୦ ପ୍ରତିଶତ କମାଇଦେବ । ଏହି ସୁବିଧା ଦ୍ୱାରା ଗାଡ଼ିର ଆଗ ପଛ ଚାରିପାଶ୍ୱର୍ରେ ୩୬୦ ଡିଗ୍ରୀରେ କ୍ୟାମେରାରେ ସବୁ କିଛି ଦେଖି ହେବ ବା ଜଣାପଡ଼ିବ । ଦୁର୍ଘଟଣା ସମୟରେ ସ୍ୱୟଂଚାଳିତ ବ୍ରେକ ହୋଇ ବସ୍‌ ଆପେ ଅଟକିଯିବ । ଡ୍ରାଇଭର ସାମ୍ନାରେ ଏକ ସ୍କ୍ରିନରେ ଜଣାପଡ଼ିବ ଆଗରେ ପଛରେ କଣ ହେଉଛି । ଏପରିକି ଦୁଇ ଗାଡି ମଧ୍ୟରେ ଦୂରତା ଓ କୌଣସି ଦୁର୍ଘଟଣା ଜନିତ ସମସ୍ୟା ଥିଲେ ସ୍ୱୟଂଚାଳିତ ଭାବେ ଗାଡ଼ିଟି ଦୁର୍ଘଟଣାରୁ ବର୍ତ୍ତିପାରିବ ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ: ଯୋଗଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

    ଭୁବନେଶ୍ୱର: ଭାରତ ୨୦୨୬ରେ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷତା କରୁଛି । ଏହି କ୍ରମରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେବ । ଏଥିସହିତ ବ୍ରିକ୍ସ ବରିଷ୍ଠ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ