
ଦେବଗଡ଼:ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ବସାଲଇ ଗ୍ରାମରେ ଚାଲିଥିବା ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚ ବଳମ ସହିତ ପୁରୁଣାପାଣି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ବଳମ ଦଳ ଚାମ୍ପିଅନ ହୋଇଥିଲା। ପ୍ରତିଯୋଗିତାକୁ ସରୋଜ ଗଡ଼ନାୟକ ପରେସ ପ୍ରଧାନ ପରିଚାଳନା କରିଥିଲେ। କ୍ଲବର ସଭାପତି ରଞ୍ଜନ ଦେହୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ ମୁଖ୍ୟଅତିଥି,ବିଜେପି କଣ୍ଡଳ ମଣ୍ଡଳ ସଭାପତି ଅରୁଣ ମହାପାତ୍ର, ଶିକ୍ଷାବିତ୍ ଚୁଡ଼ାମଣି ପ୍ରଧାନ,ସମ୍ପାଦକ ଓମ୍ ପ୍ରକାଶ ସ୍ୱାଇଁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ।







