ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର କ୍ୟାବିନେଟ୍ ସଚିବ

ଭୁବନେଶ୍ୱର: : ବାତ୍ୟା ‘ଅର୍ଣ୍ଣବ’କୁ ମୁକାବିଲା କରିବା ପାଇଁ ଓଡ଼ିଶାର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କଠାରୁ ବୁଝିଲେ କେନ୍ଦ୍ର କ୍ୟାବିନେଟ ସଚିବ। ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶା ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିପାଇଁ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯାଇଛି।

ବାତ୍ୟା ସମୟରେ ଯେପରି ବିଦ୍ୟୁତ୍ ଓ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ବିଦ୍ୟୁତ୍ ଓ ଜଳ ସମ୍ପଦ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଉପରେ କୋଷ୍ଟ ଗାର୍ଡ ନଜର ରଖିଛି। ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଥିବା ନିଶ୍ଚିତ କରାଯାଇଛି।

ବାତ୍ୟା ସମୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ୩ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଜରୁରି ସେବା ଯେପରି ଉପଲବ୍ଧ ହୋଇପାରିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି।

ଛତିଶଗଡ଼ ସରକାରଙ୍କ ସହ ଯୋଗାଯୋଗରେ ଓଡ଼ିଶା

ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ଦିଗ ବଦଳାଇ ଛତିଶଗଡ଼ ଆଡ଼କୁ ଯାଇପାରେ। ଏହାର ପ୍ରଭାବରେ ବସ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ଡ୍ୟାମ୍ରୁ ଜଳ ନିଷ୍କାସନ କରାଗଲେ ତାହାର ପ୍ରଭାବକୁ ମୁକାବିଲା କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।ଏହି ଟିମ୍ ଛତିଶଗଡ଼ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବ। ଛତିଶଗଡ଼ ପକ୍ଷରୁ ଜଳ ନିଷ୍କାସନ କରାଗଲେ ଓଡ଼ିଶାକୁ ଆଗୁଆ ସୂଚନା ଦିଆଯିବ। ଏହାଦ୍ୱାରା ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ। ବାତ୍ୟାର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା କେନ୍ଦ୍ର କ୍ୟାବିନେଟ ସଚିବ ସମୀକ୍ଷା ବୈଠକରେ କହିଛନ୍ତି।

  • Related Posts

    ଅର୍ଣ୍ଣବ ଅପଡେଟ୍ : ପାରାଦୀପ ବନ୍ଦରରେ ୨ ନମ୍ବର ସଙ୍କେତ

    ଜଗତସିଂହପୁର:ବାତ୍ୟା ଅର୍ଣ୍ଣବ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ୟାନାମ ଓ କାକିନାଡା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ…

    Continue reading
    ବିଏମ୍‌ସି ବୈଠକରେ ହଙ୍ଗାମା

    ଭୁବନେଶ୍ୱର ବିଏମ୍‌ସି କର୍ପୋରେସନ ବୈଠକରେ ତୀବ୍ର ଉତ୍ତେଜନା। ବୈଠକ ଚାଲିଥିବା ବେଳେ କର୍ପୋରେଟରଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଅଧାରୁ ବୈଠକ ବନ୍ଦ କରି ନାରାବାଜି କରିବା ସହ ଧାରଣାରେ ବସିଛନ୍ତି କର୍ପୋରେଟର। ସେମାନଙ୍କୁ ବୁଝାଶୁଝା କରିଛନ୍ତି ବିଏମ୍‌ସି କମିଶନର ଓ ମେୟର।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…