
ଭୁବନେଶ୍ୱର ବିଏମ୍ସି କର୍ପୋରେସନ ବୈଠକରେ ତୀବ୍ର ଉତ୍ତେଜନା। ବୈଠକ ଚାଲିଥିବା ବେଳେ କର୍ପୋରେଟରଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଅଧାରୁ ବୈଠକ ବନ୍ଦ କରି ନାରାବାଜି କରିବା ସହ ଧାରଣାରେ ବସିଛନ୍ତି କର୍ପୋରେଟର। ସେମାନଙ୍କୁ ବୁଝାଶୁଝା କରିଛନ୍ତି ବିଏମ୍ସି କମିଶନର ଓ ମେୟର। ସୂଚନା ଅନୁସାରେ, କର୍ପୋରେସନ ବୈଠକ ଚାଲିଥିବା ସମୟରେ ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍ ଫେସବୁକ୍ ଲାଇଭ୍ କରି ବିଭିନ୍ନ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ଅନ୍ୟ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଫେସବୁକ୍ ଲାଇଭ୍ କରିବା ଘଟଣାକୁ କେନ୍ଦ୍ର କରି ବୈଠକରେ ବିବାଦ ତୀବ୍ର ହୋଇଥିଲା। ଏହାପରେ ମେୟର ବନ୍ଦିତା ପାଲ୍ଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି ।





