ଓଡ଼ିଶାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ଉପରେ ଏନ୍‌ସିଆଇବି ଚିନ୍ତା ପ୍ରକଟ କରିବା ମୁଖ୍ୟମନ୍ତ୍ରୀଙ୍କ ଅପାରଗତାର ପ୍ରମାଣ: ଭକ୍ତ

ରାଜ୍ୟରେ ଖୋଦ୍ ନ୍ୟାସନାଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏନ୍‌ସିଆଇବି) ଆଇନ ଓ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଊଠାଇବା ପରେ ରାଜ୍ୟରେ ଅପରାଧ ନିୟନ୍ତଣ ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଂପୂର୍ଣ୍ଣଭାବେ ନିୟନ୍ତ୍ରଣ କରିବା ନେଇ ସରକାର କିଭଳି ବିଫଳ ହୋଇଛନ୍ତି ଏହାକୁ ପଦାରେ ପକାଇ ଦେଇଛି। ନିକଟରେ ନ୍ୟାସନାଲ୍ କ୍ରାଇମ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏନ୍‌ସିଆଇବି) ରାଜ୍ୟରେ ଖୋଦ୍ ପୋଲିସ ହେପାଜତରେ କିଭଳି ପୋଲିସ ଅତ୍ୟାଚାର, ବେଆଇନ ଅଟକ ଏବଂ ପୋଲିସ ଦୁର୍ବ୍ୟବହାର କିଭଳି ଲୋକଙ୍କୁ ବ୍ୟଥିତ କରିଛି ଏ ନେଇ ଏନ୍‌ସିଆଇବି ପକ୍ଷରୁ ଚିନ୍ତା ପ୍ରକଟ କରିଛନ୍ତି। ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ୍ ଏନ୍ସିଆରବି ରିପୋର୍ଟ ପରେ ଏ ନେଇ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ସରକାରଙ୍କର ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତରଦାୟିତ୍ବ ନେଇ ଗୃହ ବିଭାଗ ଦାୟିତ୍ବରୁ ଓହରିଯିବାକୁ ପରାମର୍ଶ ଦେଇଛନ୍ତି।

ସୂନାଯୋଗ୍ୟ, ଗତ ୨୩ ଜୁନ୍ ୨୦୨୬ ତାରିଖରେ ଏନ୍‌ସିଆଇବି ଓଡ଼ିଶା ରାଜ୍ୟ ନିର୍ଦ୍ଦେଶକ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟକୁ ଓଡିଶାରେ ପୋଲିସ ଅତ୍ୟାଚାର ଏବଂ ସମ୍ଭାବ୍ୟ ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ପରାମର୍ଶ ଦେଇଥିଲେ। ଗତ ୧୬ ସେପ୍ଟେମ୍ବର ୨୦୨୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଇନ-ଶୃଙ୍ଖଳା ସମ୍ପର୍କିତ ଅଭିଯୋଗକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇଥିଲେ। ଗତ ୧୬ ଅକ୍ଟୋବର ୨୦୨୬ ତାରିଖରେ ଓଡ଼ିଶା ଗୃହ ବିଭାଗ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକଙ୍କ ନିକଟକୁ ଏହି ବିଷୟରେ ତଥ୍ୟାତ୍ମକ ରିପୋର୍ଟ ମାଗିଥିବା ଜଣାଯାଇଛି।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ କହିଛନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ “ସ୍ମାର୍ଟ ପୋଲିସିଂ” ପାଇଁ ଗତ ଅଗଷ୍ଟ ମାସ 30 ତାରିଖରେ ଏକ ୧୦-ଦଫା ନିର୍ଦ୍ଦେଶାତ୍ମକ ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିଥିଲେ। ଏଥିରେ ଅପରାଧ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ନାଗରିକ-ଅନୁକୂଳ ପୋଲିସିଂ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ତଦନ୍ତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେ ସଂସ୍କାରଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସମ୍ବଳ, ଆର୍ଥିକ ସହାୟତା ଏବଂ ପ୍ରଶାସନିକ ସହଯୋଗ ସହ ପୂର୍ଣ୍ଣ ସରକାରୀ ସମର୍ଥନ ଦେବାକୁ ଆଶ୍ୱାସନା ଦେଇଥିଲେ। ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଥିଲେ ଯେ ପୋଲିସର ଆଚରଣ ନାଗରିକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବା ଉଚିତ। ସେ କହିଥିଲେ, “ଅପରାଧୀମାନେ ପୋଲିସକୁ ଭୟ କରିବେ, ନିର୍ଦ୍ଦୋଷ ନାଗରିକ ନୁହେଁ।” ସେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ଏବଂ ଜନବିଶ୍ୱାସ ବୃଦ୍ଧି ପାଇଁ ପେଶାଦାର ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ତଦନ୍ତ ପ୍ରତି ସରକାରର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ସ୍ବୀକାରୋକ୍ତି ଅନୁଯାୟୀ ୨୦୨୪ ତୁଳନାରେ ୨୦୨୫ରେ ମୋଟ ଅପରାଧରେ ୭.୩% ବୃଦ୍ଧି ହୋଇଥିଲା। ଏବେ ରାଜ୍ୟର ବିଭିନ୍ନ ଅଂଚଳ ସହ ଖୋଦ ରାଜଧାନୀ ଭୁବନେଶ୍ୱରରେ ୨୦୨୬ର ପ୍ରଥମ ଛଅ ମାସରେ ବିଭିନ୍ନ ଅପରାଧରେ ୪୩% ବୃଦ୍ଧି ଘଟିଛି। କମିଶନରେଟ୍ ପୋଲିସ ଅନୁଯାୟୀ ଜାନୁଆରି ଠାରୁ ଜୁନ୍ ୨୦୨୬ ମଧ୍ୟରେ ୯,୯୩୪ ସଂଗୀନ ଅପରାଧ ପଞ୍ଜୀକୃତ ହୋଇଛି, ଯାହା ୨୦୨୫ ର ସମାନ ଅବଧିରେ ପଞ୍ଜିକୃତ ୬,୯୬୮ ମାମଲା ତୁଳନାରେ ୪୩% ଅଧିକ। ଏହି ବୃଦ୍ଧିରେ ଚୋରି, ଠକେଇ, ଡକାୟତି ଓ ହତ୍ୟା ସାମିଲ ରହିଛି। ତଥାପି ପୋଲିସ କହୁଛି ଯେ ପଞ୍ଜିକୃତ ମାମଲାର ୭୦% ରୁ ଅଧିକ ବିବିଧ କିମ୍ବା କ୍ଷୁଦ୍ର ଅହିଂସାତ୍ମକ ଶ୍ରେଣୀର ଅନ୍ତର୍ଭୁକ୍ତ।

ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (ଏନ୍‌ସିଆରବି) ତଥ୍ୟ ଅନୁଯାୟୀ ଓଡ଼ିଶା ଭାରତରେ ସର୍ବାଧିକ ହିଂସାତ୍ମକ ଅପରାଧ ହାର ରେକର୍ଡ କରିଛି — ପ୍ରତି ଲକ୍ଷ ଜନସଂଖ୍ୟାରେ ୧୬୧.୬ ଶିକାର (ମୋଟ ୭୫,୪୦୩ ହିଂସାତ୍ମକ ଅପରାଧ ମାମଲା ସହ)।ଗତ ଜୁନ୍ ୨୦୨୪ ଠାରୁ ଜୁଲାଇ ୨୦୨୬ ମଧ୍ୟରେ ମହିଳା ବିରୁଦ୍ଧରେ ୭୧,୭୬୯ ମାମଲା ପଞ୍ଜିକୃତ ହୋଇଛି। ଚୋରି, ଘର ଭାଙ୍ଗି ଚୋରି ଓ ଆକ୍ରମଣ ଭଳି ଅପରାଧରେ କିଶୋରମାନଙ୍କ ଜଡ଼ିତତା କିଛି ବର୍ଷ ମଧ୍ୟରେ ପ୍ରାୟ ୩୮% ବୃଦ୍ଧି ପାଇଛି। ଏହା ଯୁବପିଢ଼ିର ନିୟନ୍ତ୍ରଣ ଓ ବୟସ୍କ ଅପରାଧୀ ନେଟୱାର୍କ ଦ୍ୱାରା କିଶୋରମାନଙ୍କ ବ୍ୟବହାର ହେବା ସମ୍ଭାବନା ଉପରେ ଚିନ୍ତା ସୃଷ୍ଟି କରିଛି।

ରାଜ୍ୟରେ ଡିଜିପି ପଦବୀକୁ ନେଇ ଶାସକ ବିଜେପି ଦଳ ରାଜନୀତି କରୁଥିବା ବେଳେ ଲୋକଙ୍କୁ ସଠିକ ଭାବେ ସୁରକ୍ଷା ଦେଇ ପାରୁନାହାନ୍ତି। ରାଜ୍ୟ ସରକାର ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଦ୍ ଦାୟୀ ବୋଲି ଶ୍ରୀ ଦାସ ଅଭିଯୋଗ କରିବା ସହ ସେ ତାଙ୍କ ଗୃହ ବିଭାଗ ଦାୟିତ୍ବରୁ ଓହରିଯିବାକୁ ଦାବି କରିଛନ୍ତି।

  • Related Posts

    ଅର୍ଣ୍ଣବ ଅପଡେଟ୍ : ପାରାଦୀପ ବନ୍ଦରରେ ୨ ନମ୍ବର ସଙ୍କେତ

    ଜଗତସିଂହପୁର:ବାତ୍ୟା ଅର୍ଣ୍ଣବ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ୟାନାମ ଓ କାକିନାଡା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ…

    Continue reading
    ବିଏମ୍‌ସି ବୈଠକରେ ହଙ୍ଗାମା

    ଭୁବନେଶ୍ୱର ବିଏମ୍‌ସି କର୍ପୋରେସନ ବୈଠକରେ ତୀବ୍ର ଉତ୍ତେଜନା। ବୈଠକ ଚାଲିଥିବା ବେଳେ କର୍ପୋରେଟରଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଅଧାରୁ ବୈଠକ ବନ୍ଦ କରି ନାରାବାଜି କରିବା ସହ ଧାରଣାରେ ବସିଛନ୍ତି କର୍ପୋରେଟର। ସେମାନଙ୍କୁ ବୁଝାଶୁଝା କରିଛନ୍ତି ବିଏମ୍‌ସି କମିଶନର ଓ ମେୟର।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…