ଜଗତସିଂହପୁର:ବାତ୍ୟା ଅର୍ଣ୍ଣବ ଅକ୍ଟୋବର ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ୟାନାମ ଓ କାକିନାଡା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ବାତ୍ୟାର ପ୍ରଭାବକୁ ଦେଖି ସତର୍କତାମୂଳକ ପଦକ୍ଷେପ ବ୍ୟବସ୍ଥାକୁ ଜୋରଦାର କରିଛନ୍ତି ବନ୍ଦର କର୍ତ୍ତୃପକ୍ଷ। ନିର୍ଦ୍ଦେଶ ମିଳିବା ମାତ୍ରେ ସମସ୍ତ ମାଲବାହୀ ଜାହାଜ, କୋଷ୍ଟଗାର୍ଡ ଜାହାଜ, ଡଙ୍ଗା ଓ ଡ୍ରେଜରକୁ ବନ୍ଦର ଏବଂ ଲଙ୍ଗର ସ୍ଥଳୀରୁ ହଟାଇ ସମୁଦ୍ରର ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ କରିବା ସହ ବାତ୍ୟା ମୁକାବିଲା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଜାରି ରହିଛି ।
ବିଏମ୍ସି ବୈଠକରେ ହଙ୍ଗାମା
ଭୁବନେଶ୍ୱର ବିଏମ୍ସି କର୍ପୋରେସନ ବୈଠକରେ ତୀବ୍ର ଉତ୍ତେଜନା। ବୈଠକ ଚାଲିଥିବା ବେଳେ କର୍ପୋରେଟରଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ଅଧାରୁ ବୈଠକ ବନ୍ଦ କରି ନାରାବାଜି କରିବା ସହ ଧାରଣାରେ ବସିଛନ୍ତି କର୍ପୋରେଟର। ସେମାନଙ୍କୁ ବୁଝାଶୁଝା କରିଛନ୍ତି ବିଏମ୍ସି କମିଶନର ଓ ମେୟର।…






