ଏସ୍‌ଆଇଆର୍‌: ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ୧୦ ଦିନ ସମୟ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-ଏସ୍‌ଆଇଆର ନେଇ ଦାଏର ମାମଲାରେ ନିର୍ବାଚନ ଆୟୋଗଙ୍କ ଜବାବର ପ୍ରତିଜବାବ ଦାଖଲ କରିବା ପାଇଁ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଆବେଦନକାରୀଙ୍କୁ ୧୦ ଦିନ ସମୟ ଦେଇଛନ୍ତି । ଏହି ମାମଲାରେ ନିର୍ବାଚନ ଆୟୋଗ ନିଜର ୨୪୮ ପୃଷ୍ଠାର ସତ୍ୟପାଠରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ କୌଣସି ବେଆଇନ ପଦକ୍ଷେପ ନିଆଯାଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଭୋଟର ନାମ ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଉପନିର୍ବାଚନ ଆୟୁକ୍ତ ଭାନୁ ପ୍ରକାଶ ୟେତୁରୁଙ୍କ ଜରିଆରେ ଦାଖଲ ଏହି ସତ୍ୟପାଠରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ସମର୍ଥନ ରହିଥିବା ଦର୍ଶାଯାଇଛି ।ଭୋଟର ତାଲିକା ସଂଶୋଧନ ସମ୍ପର୍କିର୍ତ ନିଷ୍ପତ୍ତି ଆଇନସମ୍ମତ ଏବଂ ଆୟୋଗର ତିନି ସଦସ୍ୟଙ୍କ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ନିର୍ବାଚନ ଆୟୋଗ ନିଜର ସତ୍ୟପାଠରେ ଦର୍ଶାଇଛନ୍ତି ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ମୁଖ୍ୟ ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ବିକାଶ ସିଂହଙ୍କୁ ଆୟୋଗଙ୍କ ଜବାବର ପ୍ରତିଜବାବ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ଆୟୋଗ ସୋମବାର ସନ୍ଧ୍ୟାରେ ନିଜର ଜବାବ ଦାଖଲ କରିଥିଲେ । ଆବେଦନକାରୀଙ୍କ ପ୍ରତିଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୭ରେ ହେବାକୁ ସ୍ଥିର ହୋଇଛି ।

  • Related Posts

    ୨୦୨୬ ଶେଷ ସୁଦ୍ଧା ବିଶ୍ୱର ପ୍ରଥମ ୨୪ କ୍ୟାରେଟ୍ ସୁନାର ରାସ୍ତା

    ୨୦୨୬ ଶେଷ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବା ୨୪ କ୍ୟାରେଟ୍ ସୁନାର ରାସ୍ତା । ଯଦି ଏହି ପ୍ରକଳ୍ପ ଯୋଜନା ଅନୁଯାୟୀ ଆଗକୁ ବଢ଼େ, ତେବେ ଏହା ବିଶ୍ୱର ଆଉ ଏକ ଆକର୍ଷଣୀୟ ପର୍ୟ୍ୟଟନସ୍ଥଳୀ ପାଲଟିପାରେ। ଦୁବାଇର ଡେଇରା ଅଞ୍ଚଳରେ…

    Continue reading
    କୋଟିଆରେ ନଭେମ୍ବର ୫ରେ ନିର୍ବାଚନ ପାଇଁ ଆନ୍ଧ୍ରର ନିଷ୍ପତ୍ତି

    ଭୁବନେଶ୍ୱର:କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହୋଇ ନଥିବାବେଳେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ କୋଟିଆ ପଞ୍ଚାୟତର ପ୍ରାୟ ୨୧ଟି ଗାଁରେ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଆସନଗୁଡ଼ିକ ପାଇଁ ଆନ୍ଧ୍ରପ୍ରଦେଶର ଭୋଟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା