ପାଟନା: ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିର ଡିଜିଟାଲ୍ କମ୍ୟୁନିକେସନ୍ ମ୍ୟାନେଜର ଦେବପାଲିକ ଗୁପ୍ତାଙ୍କ ମୃତ ଦେହକୁ ରେଳବାଇ ପୋଲିସ୍ ରାଞ୍ଚିରୁ ଉଦ୍ଧାର କରିଛି ।
ସେ ଟ୍ରେନ୍ରେ ପାଟନା ଯାଉଥିବାବେଳେ ନିଖୋଜ ହୋଇଯାଇଥିଲେ । ରେଳବାଇ ପୁଲିସ ମଙ୍ଗଳବାର ତାଙ୍କ ମୃତଦେହ ରାଞ୍ଚିରୁ ଉଦ୍ଧାର କରିଛି । ଜନ ସୁରାଜ ପାର୍ଟିର କାର୍ଯ୍ୟକର୍ତ୍ତା ୩୧ ବର୍ଷୀୟ ଦେବପାଲିକଙ୍କ ମୃତଦେହ ରାଞ୍ଚି-ମୁରି ରେଳପଥର ୩୭୯/୧୮ ନମ୍ବର ପୋଲ୍ ନିକଟରୁ ମିଳିଛି । ପାଟନା ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିବା ଦେବପାଲିକଙ୍କ ମୃତଦେହ ରାଞ୍ଚିରୁ ମିଳିଛି । ପ୍ରାଥମିକ ତଦନ୍ତରୁ ସେ ଚଳନ୍ତା ଟ୍ରେନ୍ରୁ ପଡିଯାଇଥାଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଞ୍ଚିସ୍ଥିତ ରିମ୍ସକୁ ପଠାଯିବ । ଏହି ଘଟଣାରେ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ଅଙ୍ଗାରା ଥାନା ଅଧିକାରୀ ଗୌତମ କୁମାର ରାଜୱର କହିଛନ୍ତି ।ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିର ଡିଜିଟାଲ୍ କମ୍ୟୁନିକେସନ୍ ମ୍ୟାନେଜର ଦେବପାଲିକ ଗୁପ୍ତାଙ୍କ ମୃତ ଦେହକୁ ରେଳବାଇ ପୋଲିସ୍ ରାଞ୍ଚିରୁ ଉଦ୍ଧାର କରିଛି । ସେ ଟ୍ରେନ୍ରେ ପାଟନା ଯାଉଥିବାବେଳେ ନିଖୋଜ ହୋଇଯାଇଥିଲେ । ରେଳବାଇ ପୁଲିସ ମଙ୍ଗଳବାର ତାଙ୍କ ମୃତଦେହ ରାଞ୍ଚିରୁ ଉଦ୍ଧାର କରିଛି । ଜନ ସୁରାଜ ପାର୍ଟିର କାର୍ଯ୍ୟକର୍ତ୍ତା ୩୧ ବର୍ଷୀୟ ଦେବପାଲିକଙ୍କ ମୃତଦେହ ରାଞ୍ଚି-ମୁରି ରେଳପଥର ୩୭୯/୧୮ ନମ୍ବର ପୋଲ୍ ନିକଟରୁ ମିଳିଛି । ପ୍ରାଥମିକ ତଦନ୍ତରୁ ସେ ଚଳନ୍ତା ଟ୍ରେନ୍ରୁ ପଡିଯାଇଥାଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଞ୍ଚିସ୍ଥିତ ରିମ୍ସକୁ ପଠାଯିବ । ଏହି ଘଟଣାରେ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ଅଙ୍ଗାରା ଥାନା ଅଧିକାରୀ ଗୌତମ କୁମାର ରାଜୱର କହିଛନ୍ତି ।
କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା: ବିଜେଡି
କୋଟିଆ ପ୍ରସଙ୍ଗରେ ଚୁପ୍ ବସିଛନ୍ତି ଟ୍ରିପଲ ଇଞ୍ଜିନ ସରକାର ଆନ୍ଧ୍ର ପ୍ରଦେଶ ହାତକୁ କୋଟିଆ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କୋଟିଆ ସାରା ଦେଶ ପାଇଁ ବିକାଶର ଏକ…






