କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଔଷଧ ଉତ୍ପାଦନକାରୀଙ୍କୁ ଏତେ ଅନୁଗ୍ରହ କାହିଁକି

ନୂଆଦିଲ୍ଲୀ: ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଥିବା ମୂଲ୍ୟ ମଧ୍ୟରେ ଅତ୍ୟଧିକ ବ୍ୟବଧାନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସମ୍ପୂର୍ଣ୍ଣ ବ୍ୟବସ୍ଥା ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସହାୟତା ପାଇଁ କାର୍ଯ୍ୟ କରୁଛି କାହିଁକି ବୋଲି ସର୍ବୋଚ୍ଚ ଅଦାଲତ ପଚାରିଛନ୍ତି।
କେନ୍ଦ୍ର ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ, ସରକାରଙ୍କ ନୀତି ହେଉଛି, ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯିବ ନାହିଁ। ଶୁଣାଣି ବେଳେ ଜଷ୍ଟିସ୍‌ ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥାର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନ୍‌ପିପିଏ) ସମ୍ପୂର୍ଣ୍ଣ ଅଚଳ ସଂସ୍ଥାରେ ପରିଣତ ହୋଇଥିଲା ଭଳି ଜଣାପଡ଼ୁଥିବା ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି। ଦେଶରେ ଔଷଧର ମୂଲ୍ୟ ପ୍ରସଙ୍ଗକୁ ନେଇ ୨ଟି ପିଟିଶନ୍‌ର ଶୁଣାଣି ହୋଇଥିଲା। ଏମ୍‌ଆର୍‌ପି ଏବଂ ଖୁଚୁରା ବିକ୍ରେତାଙ୍କ ପାଇଁ ଥିବା ମୂଲ୍ୟ ମଧ୍ୟରେ ବ୍ୟାପକ ପାର୍ଥକ୍ୟକୁ ସରକାର ଅନୁମତି ଦେଉଛନ୍ତି। ସରକାରଙ୍କ ଆଖି ଆଗରେ ଏସବୁ ଘଟୁଛି। ଏହାକୁ ଅନିୟନ୍ତ୍ରିତ ଭାବେ ଛାଡ଼ିଦିଆଯିବା ଉଚିତ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟି ଉପସ୍ଥିତ ରହି ଖଣ୍ଡପୀଠଙ୍କୁ କହିଥିଲେ, ଭାରତରେ ଔଷଧ ମୂଲ୍ୟ ବିଶ୍ୱରେ ସବୁଠୁ କମ୍‌ ଥିଲା। ସରକାରୀ ପକ୍ଷଙ୍କ ମତ ଶୁଣିବା ପରେ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି।
ଗତ ୧୨ ତାରିଖରେ ସର୍ବୋଚ୍ଚ ଅଦାଲତ କହିଥିଲେ, କ୍ୟାନ୍‌ସର ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ ଉପରେ ବାଣିଜ୍ୟ ମାର୍ଜିନକୁ ୩୦ ପ୍ରତିଶତରେ ସୀମିତ ରଖିବା ନେଇ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟାରେ ଖୁସି ହେଲାଭଳି କିଛି ନାହିଁ। ସବୁ ଔଷଧ ଉପରେ ଟ୍ରେଡ୍‌ ମାର୍ଜିନ୍‌କୁ ସରକାର ସୀମିତ କରୁନାହାନ୍ତି କାହିଁକି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଏହା ପୂର୍ବରୁ ହସ୍ପିଟାଲଗୁଡ଼ିକ ଦ୍ୱାରା କ୍ୟାନ୍‌ସର ଔଷଧକୁ ଅତ୍ୟଧିକ ମୂଲ୍ୟରେ ବିକ୍ରି କରାଯାଉଥିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲେଚାନା କରିଥିଲେ।

  • Related Posts

    ୨୦୨୬ ଶେଷ ସୁଦ୍ଧା ବିଶ୍ୱର ପ୍ରଥମ ୨୪ କ୍ୟାରେଟ୍ ସୁନାର ରାସ୍ତା

    ୨୦୨୬ ଶେଷ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବା ୨୪ କ୍ୟାରେଟ୍ ସୁନାର ରାସ୍ତା । ଯଦି ଏହି ପ୍ରକଳ୍ପ ଯୋଜନା ଅନୁଯାୟୀ ଆଗକୁ ବଢ଼େ, ତେବେ ଏହା ବିଶ୍ୱର ଆଉ ଏକ ଆକର୍ଷଣୀୟ ପର୍ୟ୍ୟଟନସ୍ଥଳୀ ପାଲଟିପାରେ। ଦୁବାଇର ଡେଇରା ଅଞ୍ଚଳରେ…

    Continue reading
    କୋଟିଆରେ ନଭେମ୍ବର ୫ରେ ନିର୍ବାଚନ ପାଇଁ ଆନ୍ଧ୍ରର ନିଷ୍ପତ୍ତି

    ଭୁବନେଶ୍ୱର:କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହୋଇ ନଥିବାବେଳେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ କୋଟିଆ ପଞ୍ଚାୟତର ପ୍ରାୟ ୨୧ଟି ଗାଁରେ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଆସନଗୁଡ଼ିକ ପାଇଁ ଆନ୍ଧ୍ରପ୍ରଦେଶର ଭୋଟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା