ଗୁରୁବାର ଏହି ସବୁ ଜିଲାରେ ପ୍ରବଳ ବର୍ଷା! ଜାରି ହେଲା ଆଲର୍ଟ

ଭୁବନେଶ୍ୱର: ଗୁରୁବାର ପବନର ବେଗ କମିବ ଏବଂ କେବଳ ଉତ୍ତର ଓଡ଼ିଶାର ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଆଦି ଜିଲାଗୁଡ଼ିକରେ ବର୍ଷା ହେବା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମ୍‌ଡି ଡିଜି କହିଛନ୍ତି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାଜ୍ୟର ବିଭିନ୍ନ ଜିଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ। ତେବେ ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବରଗଡ଼ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ସର୍ବାଧିକ ୬୦ କିଲୋମିଟର ରହିବ। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଏବଂ ଦେବଗଡ଼ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ଗତ ୨୪ ଘଣ୍ଟାରେ ଗଜପତି ଜିଲା ମହେନ୍ଦ୍ରଗିରିଠାରେ ସର୍ବାଧିକ ୨୪୯.୯ ମି.ମି. ବର୍ଷା ରେକର୍ଡ ହୋଇଥିଲା। କୋରାପୁଟ ଜିଲା ପଟ୍ଟାଙ୍ଗୀଠାରେ ୧୮୮ ମି.ମି., ଗଜପତି ଜିଲା ମୋହନାଠାରେ ୧୬୮.୮ ମି.ମି., ଗଞ୍ଜାମରେ ୧୬୧.୪ ମି.ମି., କୋରାପୁଟର ସିମିଳିଗୁଡାଠାରେ ୧୪୩.୧ ମି.ମି., ଗଞ୍ଜାମର ଦିଗପହଣ୍ଡିଠାରେ ୧୩୯.୫ ମି.ମି., ଗଜପତିର ଗୁମ୍ମାଠାରେ ୧୩୫ ମି.ମି., ଗଞ୍ଜାମର ବ୍ରହ୍ମପୁରଠାରେ ୧୩୧.୪ ମି.ମି., ଗଜପତିର ଗୋଷାଣୀରେ ୧୨୮ ମି.ମି., ଗଞ୍ଜାମର କୁକୁଡାଖଣ୍ଡିଠାରେ ୧୨୭ ମି.ମି., ସାନଖେମୁଣ୍ଡିରେ ୧୧୪ ମି.ମି., ଗଜପତିର କାଶୀନଗରରେ ୧୦୭.୨ ମି.ମି. ବର୍ଷା ରେକର୍ଡ ହୋଇଥିଲା।

  • Related Posts

    ପିଏମ୍ କିଷାନ: ଓଡ଼ିଶାରେ ୩୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଗଲା ୭୦୭.୮୬ କୋଟି

    ଭୁବନେଶ୍ଵର : ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ୨୪ତମ କିସ୍ତି ବଣ୍ଟନ । ଗୁଜରାଟର ବନାସକାଣ୍ଠାରୁ ପିଏମ୍-କିଷାନ ଟଙ୍କା ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୬୯୦ କୋଟି ଟଙ୍କା । ଓଡ଼ିଶାର…

    Continue reading
    ଓସିଏସ୍‌ ପରୀକ୍ଷା ଘୁଞ୍ଚିବନି : ରାଜସ୍ୱ ମନ୍ତ୍ରୀ

    ଭୁବନେଶ୍ୱର:ବାତ୍ୟା ‘ଅର୍ଣ୍ଣବ’ ପରେ ଏବେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହାର ପ୍ରଭାବରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ଅକଳରେ ପଡ଼ିଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମୁଖ୍ୟ ପରୀକ୍ଷାର୍ଥୀ। ବିଶେଷକରି ଦକ୍ଷିଣ ଓଡ଼ିଶାର ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ