
ଦେବଗଡ:ବେଆଇନ ବାରହା ଶିକାର ଅଭିଯୋଗରେ ଦେବଗଡ ରେଞ୍ଜର ଶ୍ରୀନିବାସପୁର ଗ୍ରାମରେ ବନବିଭାଗ ପକ୍ଷରୁ ଚଢଉ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ ଥାନାର ସୁଗୁଡା ଗ୍ରାମର ବିଦେଶୀ ଥାପ୍ପା, ଗୁଣ୍ଡୁରିପୋଶି କଲୋନର ସାହିର ବେଲାରସେନ ସାହୁ, ଶ୍ରୀନିବାସପୁର ଗ୍ରାମର ଟୁନା ଦେହୁରୀ ଓ ଧମା ଥାନାର ଚକୁଳି ଗ୍ରାମର ମନୋଜ ମେହେର। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଜିଆଇ ତାର,ବାରହା ମୁଣ୍ଡ ଓ ୩୩ କେଜି ମାଂସ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି।ଅଭିଯୁକ୍ତ ୪ଜଣଙ୍କୁ ଆଜି ବନବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀନିବାସପୁର ଗ୍ରାମରେ ବେଆଇନ ବାରହା ଶିକାର କରାଯାଇଥିବା ଗତକାଲି ବନବିଭାଗର କର୍ମଚାରୀମାନେ ବିଶେଷ ସୁତ୍ରରୁ ସୂଚନା ପାଇଥିଲେ। ତେବେ ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ଦେବଗଡ ରେଞ୍ଜର ଦିପ୍ତିରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ବନବିଭାଗର କର୍ମଚାରୀମାନେ ଚଢଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଦେଶୀ ବନ୍ଧୁକ,ବାରହା ମୁଣ୍ଡ ଓ ମାଂସ ଜବତ କରିଥିଲେ।



